ଭୁବନେଶ୍ୱର,୩୦/୦୭(ଡ଼ି.ଏଚ/ବ୍ୟୁରୋ): ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୫୫୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୯୦୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୬୫୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୭୯ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୮୦ ଜଣ, ବାଲେଶ୍ୱରରୁ ୯୭ ଜଣ, ବରଗଡ଼ରୁ ୬ ଜଣ, ଭଦ୍ରକରୁ ୪୨ ଜଣ, ବଲାଙ୍ଗୀରରୁ ୧୦ ଜଣ, ବୌଦ୍ଧରୁ ୩, କଟକରୁ ୨୪୧ ଜଣ, ଦେବଗଡ଼ରୁ ୯ ଜଣ, ଢେଙ୍କାନାଳରୁ ୨୩ ଜଣ, ଗଜପତିରୁ ୩ ଜଣ, ଗଞ୍ଜାମରୁ ୭ ଜଣ, ଜଗତସିଂହପୁରରୁ ୬୭ ଜଣ, ଯାଜପୁରରୁ ୭୮ ଜଣ, ଝାରସୁଗୁଡ଼ାରୁ ୭ ଜଣ, କଳାହାଣ୍ଡିରୁ ୮ ଜଣ, କନ୍ଧମାଳରୁ ୧୮ ଜଣ, କେନ୍ଦ୍ରାପଡ଼ାରୁ ୩୫ ଜଣ, କେଉଁଝରରୁ ୧୪ ଜଣ, ଖୋର୍ଦ୍ଧାରୁ ୪୭୯ ଜଣ, କୋରାପୁଟରୁ ୨ ଜଣ, ମାଲକାନଗିରିରୁ ୫ ଜଣ, ମୟୁରଭଞ୍ଜରୁ ୪୧ ଜଣ, ନବରଙ୍ଗପୁରରୁ ୧୩ ଜଣ, ନୟାଗଡ଼ରୁ ୨୫ ଜଣ, ନୂଆପଡ଼ାରୁ ୨, ପୁରୀରୁ ୮୨ ଜଣ, ରାୟଗଡ଼ାରୁ ୮ ଜଣ, ସମ୍ୱଲପୁରରୁ ୧୪ ଜଣ, ସୋନପୁରରୁ ୮, ସୁନ୍ଦରଗଡ଼ରୁ ୨୮ ଓ ଷ୍ଟେଟ ପୁଲରୁ ୧୦୩ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୯, ୭୫, ୬୯୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୯, ୫୩, ୦୮୮ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୧୬, ୭୧୫ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।