ପରିବା ବେପାରୀଙ୍କୁ ଭୁଜାଲିରେ ହାଣିଲେ, ଲୁଟିନେଲେ ଟଙ୍କା ଓ ବାଇକ୍

99
ADVERTISEMENT

ଭୋଗରାଇ,୧୯/୦୭(ଡ଼ି.ଏଚ/ବ୍ୟୁରୋ): ଭୁଜାଲିରେ ହାଣି ଲୁଟ୍ । ଲୁଟିନେଲେ ନଗଦ ଟଙ୍କା ସହ ବାଇକ । ଏପରି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ନିମାତପୁର ପଞ୍ଚାୟତର କୁଚିଲାଡଙ୍ଗର ଗ୍ରାମରେ ।ସୂଚାନାନୁସାରେ, କୁଚିଲାଡଙ୍ଗରରେ ରୁହନ୍ତି ଶଶିକାନ୍ତ ପରିଡା । ବୟସ ୪୦ । ସେ ଜଣେ ପରିବା ବ୍ୟବସାୟୀ । ପ୍ରତିଦିନ ସେ ପରିବା କିଣିବା ପାଇଁ ବାଲିଆପାଳ ସିମୁଳିଆ ବଜାରକୁ ଯାଆନ୍ତି ।ତେବେ ରବିବାର ବିଳମ୍ବିତ ରାତ୍ରରେ ଜଳେଶ୍ୱର -ଚନ୍ଦନେଶ୍ୱର ରାସ୍ତାର ବାଟଗ୍ରାମ ପୋଲ ନିକଟରେ ଦୁଇଜଣ ଦୁର୍ବୁତ୍ତ ମୋଟରସାଇକେଲରେ ଆସି ତାଙ୍କୁ ଅଟକାଇଥିଲେ । ଭୁଜାଲି ରେ ତାକୁ ଆକ୍ରମଣ କରି ନଗଦ ନ ହଜାର ଟଙ୍କା ଓ ବାଇକ ନେଇ ଆଖି ପିଛୁଳାକେ ପଳାଇ ଯାଇଥିଲେ । ସ୍ଥାନୀୟ ଲୋକେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶଶିକାନ୍ତଙ୍କୁ ପ୍ରଥମେ ଜଳେଶ୍ୱର ଗୋଷ୍ଠୀ ସ୍ଵାସ୍ଥ୍ୟାକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଗୁରୁତର ଥିବାରୁ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

Advertisement