ଭୁବନେଶ୍ୱର,୧୪/୦୭(ଡ଼ି.ଏଚ/ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୦୭୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧୯୨ ଜଣ ସଂଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୮୮୨ ଜଣ ସ୍ଥାନୀୟ ସଂକ୍ରମିତ । ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ପଜିଟିଭ୍ ସଂଖ୍ୟା ୯୪୫୭୪୯ରେ ପହଞ୍ଚିଛି। ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୯୧୮୦୪୧ ଜଣ ଓ ଏବେ ବି ସକ୍ରିୟ ଅଛନ୍ତି ୨୨୮୬୦ ଜଣ । ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୫୯ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ ୧୧୫ ଜଣ, ବରଗଡ଼ରୁ ୩୮ ଜଣ, ଭଦ୍ରକରୁ ୧୧୦ ଜଣ, ବଲାଙ୍ଗୀରରୁ ୧୭ ଜଣ, ବୌଦ୍ଧରୁ ୧୨ ଜଣ, କଟକରୁ ୨୮୩ ଜଣ, ଦେବଗଡ଼ରୁ ୩ ଜଣ, ଢେଙ୍କାନାଳରୁ ୬୧ ଜଣ, ଗଜପତିରୁ ୩ ଜଣ, ଗଞ୍ଜାମରୁ ୫ ଜଣ, ଜଗତ୍ସିଂହପୁରରୁ ୯୯ ଜଣ, ଯାଜପୁରରୁ ୧୨୦ ଜଣ, ଝାରସୁଗୁଡ଼ାରୁ ୫ ଜଣ, କଳାହାଣ୍ଡିରୁ ୫ ଜଣ, କନ୍ଧମାଳରୁ ୧୯ ଜଣ, କେନ୍ଦ୍ରାପଡ଼ାରୁ ୫୮ ଜଣ, କେନ୍ଦୁଝରରୁ ୪୬ ଜଣ, ଖୋର୍ଦ୍ଧାରୁ ୪୪୩ ଜଣ, କୋରାପୁଟରୁ ୧୦ ଜଣ, ମାଲକାନଗିରିରୁ ୪୭ ଜଣ, ମୟୂରଭଞ୍ଜରୁ ୧୧୫ ଜଣ, ନବରଙ୍ଗପୁରରୁ ୧୦ ଜଣ, ନୟାଗଡ଼ରୁ ୫୮ ଜଣ, ନୂଆପଡ଼ାରୁ ୪ ଜଣ, ପୁରୀରୁ ୧୩୩ ଜଣ, ରାୟଗଡ଼ାରୁ ୧୬ ଜଣ, ସମ୍ବଲପୁରରୁ ୩୦ ଜଣ, ସୋନପୁରରୁ ୯ ଜଣ, ସୁନ୍ଦରଗଡ଼ରୁ ୫୬ ଜଣ ଓ ଷ୍ଟେଟ୍ପୁଲ୍ରୁ ୮୫ ଜଣ ଚିିହ୍ନଟ ହୋଇଛନ୍ତି।