ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୫୩୫ କରୋନା ଆକ୍ରାନ୍ତ ଚିହ୍ନଟ

361
ADVERTISEMENT

ଭୁୁବନେଶ୍ୱର,୧୬/୦୬(ଡ଼ି.ଏଚ/ବ୍ୟୁରୋ): ରାଜ୍ୟରେ ତଳମୁହାଁ କରୋନା ମିଟର । ଧୀରେ ଧୀରେ କମୁଛି ଦୈନିକ ସଂକ୍ରମଣ ସଂଖ୍ୟା । ଗତ ୨୪ ଘଣ୍ଟାରେ ୩୫୩୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୨୦୧୬ ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ୧୫୧୯ ରହିଛି । ସେହିପରି ଗୋଟିଏ ଦିନରେ ୪୪ଜଣଙ୍କ ମୃତ୍ୟୁ ହୋଇଛି । ଦୈନିକ ସଂକ୍ରମିତଙ୍କ ସଂଖ୍ୟାରେ ଖୋର୍ଦ୍ଧା ଜିଲ୍ଲାରୁ ୫୩୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ରହିଛି । ସେହିପରି ଯାଜପୁରରୁ ୩୪୮, କଟକରୁ ୩୨୦, ବାଲେଶ୍ୱରରୁ ୨୯୬, ଅନୁଗୁଳରୁ ୨୦୭, ପୁରୀରୁ ୧୮୭,ଭଦ୍ରକରୁ ୧୮୪, ମୟୂରଭଂଜରୁ ୧୫୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୈନିକ ସଂକ୍ରମଣକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୬୩ ହଜାର ୬୧ରେ ପହଞ୍ଚିଛି । ସେଥିରୁ ସୁସ୍ଥ ହୋଇଛନ୍ତି ୮ଲକ୍ଷ ୧୧ହଜାର ୭୮୦ଜଣ । ଏବେବି କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ୪୭ ହଜାର ୭୯୬ଜଣ । ୫୮ ହଜାର ୬୯୫ ନମୁନା ପରୀକ୍ଷା ହୋଇଛି । ପଜିଟିଭ ହାର ୬ ଦଶମିକ ୦୨ ପ୍ରତିଶତ ରହିଛି । ୨୧ ଜିଲ୍ଲାରେ ୨ ଅଙ୍କ ତଳେ ରହିଛି ସଂକ୍ରମିତଙ୍କ ସଂଖ୍ୟା । ଏପ୍ରିଲ ମାସରେ ରାଜ୍ୟରେ ୧ ଲକ୍ଷ ୧୩ ହଜାର ୫୯୧ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୧୮ ଜଣଙ୍କ ମୁଣ୍ଡ ନେଇଥିଲା ମହାମାରୀ । ମେ’ ମାସରେ ୩ ଲକ୍ଷ ୨୦ ହଜାର ୮୦୩ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୭୧୧ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଜୁନ ମାସରେ ପ୍ରଥମ ୧୬ ଦିନରେ ୯୮ ହଜାର ୩୭ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬୭୮ ମୁଣ୍ଡ ନେଲାଣି ମହାମାରୀ ।

Advertisement