ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬,୧୧୮ ଜଣ କରୋନା ପଜିଟିଭ ଚିହ୍ନଟ

191
Coronavirus COVID-19 medical test vaccine research and development concept. Scientist in laboratory study and analyze scientific sample of Coronavirus antibody to produce drug treatment for COVID-19.
ADVERTISEMENT

ଭୁବନେଶ୍ୱର,୦୭/୦୬(ଡ଼ି.ଏଚ/ବ୍ୟୁରୋ): ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬,୧୧୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩୪୫୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୨୬୬୫ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି କଟକ ଜିଲ୍ଲାରୁ ସର୍ବାଧିକ ୬୪୦ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୪୧୬ଜଣ, ବାଲେଶ୍ୱରରୁ ୧୯୫ ଜଣ, ବରଗଡ଼ରୁ ୧୬୪ ଜଣ, ଭଦ୍ରକରୁ ୨୨୮ଜଣ, ବଲାଙ୍ଗୀରରୁ ୮୩ ଜଣ, ବୌଦ୍ଧରୁ ୧୧୨ଜଣ, କଟକରୁ ୬୪୦ଜଣ, ଦେବଗଡ଼ରୁ ୨୯ ଜଣ, ଢେଙ୍କାନାଳରୁ ୧୨୩ଜଣ, ଗଜପତିରୁ ୩୦ ଜଣ, ଗଞ୍ଜାମରୁ ୯୩ ଜଣ, ଜଗତସିଂହପୁରରୁ ୨୧୮ ଜଣ, ଯାଜପୁରରୁ ୫୬୩ ଜଣ, ଝାରସୁଗୁଡ଼ାରୁ ୮୬ ଜଣ, କଳାହାଣ୍ଡିରୁ ୮୦ ଜଣ, କନ୍ଧମାଳରୁ ୧୪୩ ଜଣ, କେନ୍ଦ୍ରାପଡ଼ାରୁ ୨୧୭ଜଣ, କେଉଁଝରରୁ ୧୫୫ଜଣ, ଖୋର୍ଦ୍ଧାରୁ ୪୯୫ ଜଣ, କୋରାପୁଟରୁ ୧୮୦ ଜଣ, ମାଲକାନଗିରିରୁ ୧୦୭ଜଣ, ମୟୁରଭଞ୍ଜରୁ ୩୮୪ଜଣ, ନବରଙ୍ଗପୁରରୁ ୧୬୬ ଜଣ, ନୟାଗଡ଼ରୁ ୧୬୧ଜଣ, ନୂଆପଡ଼ାରୁ ୩୬ ଜଣ, ପୁରୀରୁ ୩୯୮ ଜଣ, ରାୟଗଡ଼ାରୁ ୧୦୮ ଜଣ, ସମ୍ୱଲପୁରରୁ ୧୦୩ଜଣ, ସୋନପୁରରୁ ୫୨, ସୁନ୍ଦରଗଡ଼ରୁ ୨୭୨ ଓ ଷ୍ଟେଟ ପୁଲରୁ ୧୦୩କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୮,୧୯,୨୧୪ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୭,୩୯,୩୭୬ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୭୬, ୭୫୦ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

Advertisement