ଭୁବନେଶ୍ୱର,୧୫/୦୫(ଡ଼ି.ଏଚ/ବ୍ୟୁରୋ): ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧,୮୦୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ୧,୪୧୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ପରେ ଦ୍ୱିତୀୟ ସ୍ଥାନରେ ସୁନ୍ଦରଗଡ଼ ଓ ତୃତୀୟ ସ୍ଥାନରେ କଟକ ରହିଛି। ଏହି ୨ଟି ସ୍ଥାନରୁ ଯଥାକ୍ରମେ ୧,୨୦୯ ଓ ୧,୧୯୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ରାଜ୍ୟରେ ୨୧ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨,୨୯୪କୁ ବୃଦ୍ଧି ପାଇଛି । ଚିହ୍ନଟ ୧୧,୮୦୫ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେନ୍ଣ୍ଟାଇନ୍ରୁ ୬,୬୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଲୋକାଲ୍ କେସ୍ ୫୧୯୪ ରହିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ଟପିଛି। ଖୋର୍ଦ୍ଧା, ସୁନ୍ଦରଗଡ଼ ଓ କଟକ ଏହି ୩ ଜିଲ୍ଲାରେ ସଂକ୍ରମଣ ବଢ଼ୁଥିବାରୁ ଏନେଇ ଚିନ୍ତା ବଢ଼ିଛି ।