ଗତ ୨୪ ଘଣ୍ଟାରେ ୧୦୫୨୧ କରୋନା ପଜିଟିଭ ଚିହ୍ନଟ

110
Coronavirus COVID-19 medical test vaccine research and development concept. Scientist in laboratory study and analyze scientific sample of Coronavirus antibody to produce drug treatment for COVID-19.
ADVERTISEMENT

ଭୁବନେଶ୍ୱର,୦୬/୦୫(ଡ଼ି.ଏଚ/ବ୍ୟୁରୋ): ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କରୋନା ୧୭ ଜଣ ରୋଗୀଙ୍କର ପ୍ରାଣ ନେଇଛି । ଗତକାଲି ୧୬ ଜଣଙ୍କ ଜୀବନ ନେଇଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁ ହୋଇଥିବା ୧୭ ଜଣଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୪ ଜଣ ରହିଛନ୍ତି । ସେହିପରି ଦେବଗଡ ଜିଲ୍ଲାରୁ ଜଣେ. ବୌଦ୍ଧରେ ଜିଲ୍ଲାରୁ ଜଣେ, ବାଲେଶ୍ୱର ଜିଲ୍ଲାରୁ ୨ ଜଣ, କଳାହାଣ୍ଡି ଜିଲ୍ଲାରୁ ଜଣେ, କେଉଁଝର ଜିଲ୍ଲାରୁ ଜଣେ, ଝାରସୁଗୁଡା ଜିଲ୍ଲାରୁ ଜଣେ, ମାଲକାନଗିରି ଜିଲ୍ଲାରୁ ଦୁଇ ଜଣ, ସମ୍ବଲପୁର ଜିଲ୍ଲାରୁ ଜଣେ, ରାୟଗଡା ଓ ନୟାଗଡ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।ସେହିପରି ସୁନ୍ଦରଗଡ ଜିଲ୍ଲାରୁ ଜଣେ ବ୍ୟକ୍ତି ରହିଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୧୦୫୨୧ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୫୯୪୫ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୪୫୭୬ ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪ଶହ ୭୭ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୧ଶହ ୮୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ସେହିପରି କଟକଟରୁ ୯୬୩, କଳାହାଣ୍ଡିରୁ ୫୭୧, ବରଗଡ଼ରୁ ୫୪୩, ସମ୍ବଲପୁରରୁ ୪୬୦, ନବରଙ୍ଗପୁରରୁ ୪୦୪, ଅନୁଗୁଳରୁ ୩୮୮, ଯାଜପୁରରୁ ୩୭୩, ପୁରୀରୁ ୩୧୯, ଝାରସୁଗୁଡ଼ାରୁ ୩୧୪, ବଲାଙ୍ଗୀରରୁ ୩୧୪, ନୂଆପଡ଼ା ୩୦୪,ମୟୂରଭଂଜରୁ ୨୮୮, ବୌଦ୍ଧରୁ ୨୫୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଦୈନିକ ସଂକ୍ରମଣକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୧୬୨ । ସୁସ୍ଥ ହୋଇଛନ୍ତିି ୪ଲକ୍ଷ ୧୬ ହଜାର ୪୦୩ଜଣ । କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି ୮୧ ହଜାର ୮୫ ଜଣ । ଗତକାଲି ୪୮ ହଜାର ୩୧୪ ନମୁନା ପରୀକ୍ଷା କରାଯାଇଛି ।

Advertisement