ସୁପ୍ରିମ୍‌ କୋର୍ଟର ୪୪ଜଣ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବାରୁ ବିଚାରପତିମାନେ ଘରେ ଥାଇ ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ମାଧ୍ୟମରେ ମାମଲା ବିଚାର କରିବେ

130
ADVERTISEMENT

ନୂଆଦିଲ୍ଲୀ,୧୨/୦୪(ଡ଼ି.ଏଚ/ବ୍ୟୁରୋ) : ସୁପ୍ରିମ୍‌ କୋର୍ଟର ଅନେକ କର୍ମଚାରୀ କୋଭିଡ୍‌-୧୯ ପଜିଟିଭ୍‌ ଚିହ୍ନଟ ହୋଇଥିବାରୁ ବିଚାରପତିମାନେ ଘରେ ଥାଇ ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ମାଧ୍ୟମରେ ମାମଲାଗୁଡ଼ିକର ବିଚାର କରିବେ ବୋଲି ଜଣାପଡ଼ିଛି। ଶନିବାର ସୁଦ୍ଧା ସୁପ୍ରିମ୍‌ କୋର୍ଟର ପ୍ରାୟ ୪୪ ଜଣ କର୍ମଚାରୀଙ୍କ ନମୁନା ପଜିଟିଭ୍‌ ଆସିଥିଲା । ପ୍ରାପ୍ତ ସୂଚନା ଅନୁସାରେ, ବିଚାରପତିମାନେ ନିଜ ନିଜର ଘରେ ଥାଇ ଭିଡିଓ ଜରିଆରେ ଶୁଣାଣି କରିବେ। ଏତେ ଜଣ କର୍ମଚାରୀ ପଜିଟିଭ୍‌ ଆସିଥିବାରୁ ସୁପ୍ରିମ୍‌ କୋର୍ଟର ସମସ୍ତ ପ୍ରକୋଷ୍ଠଗୁଡ଼ିକୁ ସମ୍ପ୍ରତି ‘ସାନିଟାଇଜ୍‌’ କରାଯାଉଛି। ସେହି କାରଣରୁ ଆଜି ଦିନ ୧୦: ୩୦ରେ ହେବାକୁ ଥିବା ସୁପ୍ରିମ୍‌ କୋର୍ଟର ଖଣ୍ଡପୀଠ ଦିନ ୧୧:୩୦ରେ ଆରମ୍ଭ ହେବ। ଏହାଛଡ଼ା, ଦିନ ୧୧ଟାରେ ହେବାକୁ ଥିବା ଖଣ୍ଡପୀଠ ମଧ୍ୟାହ୍ନ ୧୨ରେ ଆରମ୍ଭ ହେବ । ସୂଚନାଯୋଗ୍ୟ, ସୁପ୍ରିମ୍‌ କୋର୍ଟରେ ସମୁଦାୟ କର୍ମଚାରୀଙ୍କ ସଂଖ୍ୟା ୩, ୪୦୦। ଗତବର୍ଷ ଏପ୍ରିଲ୍‌ରୁ ଭର୍ଚ୍ୟୁଆଲ୍‌ ଶୁଣାଣି କରି ଆସୁଥିବା ଶୀର୍ଷ ଅଦାଲତ ମାର୍ଚ ୧୫ ତାରିଖ ଠାରୁ ଅଦାଲତରେ ଶୁଣାଣି ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲା।

Advertisement