ବ୍ରହ୍ମପୁର,୧୦/୦୪(ଇ.ରଞ୍ଜନ): ବ୍ରହ୍ମପୁରର ପ୍ରସିଦ୍ଧ ମା ବୁଢୀ ଠାକୁରାଣୀଙ୍କ ଯାତ୍ରା ପ୍ରଥମଦିନର ପ୍ରଥମ ରାତ୍ର ବିଭିନ୍ନ ଫୁଲମାଳରେ ଚାକଚକ୍ୟା ସୌନ୍ଦର୍ଯ୍ୟରେ ଦର୍ଶକଙ୍କୁ ଆକୃଷ୍ଟ କରିଥିଲା । ପ୍ରାରମ୍ଭ ରୁ ହିଁ ତ୍ରୟବାର୍ଷିକ ମାଁ ଠାକୁରାଣୀ ଯାତ୍ରା କରୋନା କଟକଣାରେ ଅନୁଷ୍ଠିତ ହୋଇଯାଇଛି । ରାତ୍ର ପ୍ରାୟ ୧ଘଣ୍ଟାରେ ମା ନିଜ ମନ୍ଦିରରୁ ବାପଘରକୁ ଯାତ୍ରା କରିଥିଲେ । ଦେଶିବେହେରା ସାହିସ୍ଥିତ ଆସ୍ଥାୟୀ ମନ୍ଦିରକୁ ମାଁ ଆସିଛନ୍ତି । ଏହା ନେଇ ପି. ଦୁର୍ଗାପ୍ରସାଦ ଉତ୍ସାହିତ ହୋଇ ମାଁ ଙ୍କ ଦେଶିବେହେରା ସାହିକୁ ଆଗମନ ଶୁକ୍ରବାର ରାତ୍ର ୧୧ ଘଣ୍ଟା ସମୟରେ ଦେଶିବେହେରା ସାହିରୁ ବିରାଟ ପଟୁଆରରେ ମା ବୁଢୀ ଠାକୁରାଣୀଙ୍କୁ ସ୍ଥାୟୀ ମନ୍ଦିରରୁ ପୂଜାର୍ଚ୍ଚନା କରି ପୋଲିସ ସଦଳବଳେ କରୋନା ନିୟମକୁ ଦୃଷ୍ଟିକୁ ନେଇ ଅସ୍ଥାୟୀ ମନ୍ଦିରକୁ ଆଣିଥିଲେ । ସମସ୍ତ କଟକଣା ଯୋଗୁଁ ବର୍ତ୍ତମାନ ଏହି ଯାତ୍ରାକୁ ପ୍ରଶାସନ ପକ୍ଷରୁ ପ୍ରାଥମିକ ସ୍ତରରେ ଏକ ସପ୍ତାହ ପାଇଁ ଅନୁମତି ମିଳିଥିବା ବେଳେ ଏହାର ଅବଧି ବଢିବା ପ୍ରଶାସନ ଲୋକଙ୍କ କୋଭଡ ନିୟମ ଉପରେ ଉତ୍ସର୍ଗ କରୁଛନ୍ତି । ତେବେ ଏହି ନିୟମ ଲୋକେ ପାଳନ କଲେ ପୁନଃ ଆଉ କିଛି ଦିନ ବଢ଼େଇ ନେବେ ବଲି ପ୍ରଶାସନ ନିଷ୍ପତି ନେବାର ଯଥା ସମ୍ଭବ ରହିଛି ଦ୍ଵିବାର୍ଷିକ ଯାତ୍ରାର ଆରମ୍ଭରେ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ଆଜି ପ୍ରଶାସନ ତଥା ମହାନଗର ନିଗମ ପକ୍ଷରୁ ମନ୍ଦିର ଠାରୁ ଦେଶିବେହେରା ସାହିସ୍ଥିତ ଅସ୍ଥାୟୀ ମଣ୍ଡପ ସମେତ ଆଖପାଖ ଅଞ୍ଚଳକୁ ଜନଗହଳି ଦୃଷ୍ଟିକୁ ନେଇ ସନ୍ଧ୍ୟା ୬ ଘଣ୍ଟ ଠାରୁ ସକାଳ ୬ଘଣ୍ଟ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଥିଲା । ଦର୍ଶନ ପାଇଁ ପ୍ରଶାସନ ଦର୍ଶକ ମାନଙ୍କୁ ସମୟ ନିର୍ଧାରିତ କରିଛନ୍ତି ସକାଳ ପ୍ରାୟ ୬ ଠାରୁ ୧0ଟା ପର୍ଯ୍ୟନ୍ତ ଥିବା ବେଳେ ଅପରାହ୍ନ 4ଟା ରୁ ରାତ୍ର ୧0 ଦର୍ଶକ ଦର୍ଶନ କରିବେ ବଲି ସୂଚନା ମିଳିଛି l
