ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ହିଂସାକାଣ୍ଡ : ୪ ଜଣଙ୍କର ମୃତ୍ୟୁ

761
ADVERTISEMENT

କୋଲକାତା,୧୦/୦୪(ଡ଼ି.ଏଚ/ବ୍ୟୁରୋ): ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଆଜି ଚାଲିଛି ୪ର୍ଥ ପର୍ଯ୍ୟାୟ ମତଦାନ। ଆଜି । ହୁଗୁଳି, ହାଓଡା, ଦକ୍ଷିଣ ୨୪ ପ୍ରଗଣା, ଅଲିପୁରଦ୍ୱାର, କୁଚ ବିହାର ଆଦି ଆସନ ସମେତ ୪୪ଟି ବିଧାନସଭା ଆସନରେ ଭୋଟ ଗ୍ରହଣ ହେଉଛି । ମତଦାନ ସମୟରେ କୁଚ ବିହାର ଜିଲ୍ଲା ସ୍ଥିତ ସିତାକୁଲ୍‌ଚି ବିଧାନସଭା ଅନ୍ତର୍ଗତ ଜୋରପଟ୍ଟିର ଏକ ମତଦାନ କେନ୍ଦ୍ରରେ ଅପ୍ରୀତିକର ସ୍ଥିତି ସୃଷ୍ଟି ହୋଇଛି। ମିଳିଥିବା ତଥ୍ୟ ଅନୁସାରେ, CISF ଉପରକୁ ଆକ୍ରମଣ ହୋଇଥିଲା। ଏହାର ପାଲଟା ଜବାବ ଦେବାକୁ ଯାଇ CISF ପକ୍ଷରୁ ଗୁଳିଚାଳନା କରାଯାଇଥିଲା। ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିଲା। ମୃତକଙ୍କର ପରିଚୟ ଏ ଯାଏ ମିଳି ପାରିନାହିଁ। ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଜଣେ ୧୮ ବର୍ଷୀୟ ମତଦାତା ପ୍ରଥମ ଥର ପାଇଁ ଭୋଟ୍ ଦେବାକୁ ଆସି ଧାଡ଼ିରେ ଛିଡ଼ା ହୋଇଥିଲେ। ଜଣେ ଅଜ୍ଞାତ ଲୋକ ଗୁଳି କରି ତାଙ୍କୁ ହତ୍ୟା କରିଥିଲେ। ଉକ୍ତ ଯୁବକଙ୍କୁ ମିଶାଇ ୪ ଜଣ ଭୋଟରଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ତ୍ରୁଣମୂଳ କଂଗ୍ରେସର କହିବା ଅନୁଯାୟୀ, କୁଚବିହାରରେ ସେଣ୍ଟ୍ରାଲ ଫୋର୍ସ ପକ୍ଷରୁ ଗୁଳିମାଡ ହେବା କାରଣରୁ ଏହି ସ୍ଥିତି ସୃଷ୍ଟି ହୋଇଛି। ଏପରି ସ୍ଥିତି ପାଇଁ ତ୍ରୁଣମୂଳ ବିଜେପିକୁ ଦାୟୀ କରିଛି। ଅନ୍ୟପକ୍ଷେ କ୍ଷମତାସୀମ ଦଳକୁ ଦାୟୀ କରିଛି ଭାଜପା। ଜଣେ ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ,ଆନନ୍ଦ ବର୍ମନ ନାମକ ଜଣେ ଯୁବକଙ୍କୁ ସିତାକୁଲ୍‌ଚିର ପଠାନତୁଲୀ ଇଲକା ୮୫ ନମ୍ବର ବୁଥ୍‌ରୁ ଘୋଷାରି ଘୋଷରି ବାହାରକୁ ଅଣାଯାଇ ଗୁଳି କରାଯାଇ ଥିଲା। ଏହାକୁ ନେଇ ଟିଏମ୍‌ସି-ବିଜେପି ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇ ଯାଇଥିଲା। ମତଦାନ କେନ୍ଦ୍ର ବାହାରେ ବୋମାମାଡ ମଧ୍ୟ ହୋଇଥିଲା। ଫଳରେ ଏକାଧିକ ଲୋକ ଆହତ ହୋଇଥିଲେ। କେନ୍ଦ୍ରୀୟ ସୁରକ୍ଷା ବଳ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଲାଠିଚାଳନା କରିଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ଅତିରିକ୍ତ ଫୋର୍ସ ପଠାଯାଇଛି । ସେହିପରି ବିଜେପି ନେତା ଲକେଟ ଚାଟାର୍ଜିଙ୍କ କାର ଉପରକୁ ମଧ୍ୟ ଆକ୍ରମଣ ହୋଇଥିବା ଖବର ମିଳିଛି । ହୁଗୁଳିରେ ସ୍ଥାନୀୟ ଲୋକେ ତାଙ୍କ କାର ଉପରକୁ ଆକ୍ରମଣ କରିଥିବା ଖବର ମିଳିଛି ।

Advertisement