ଭୁବନେଶ୍ୱର,୧୦/୦୪(ଡ଼ି.ଏଚ/ବ୍ୟୁରୋ): ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫରେ କିଛି ବି ପରିବର୍ତ୍ତନ ଆସିନି। କ୍ରମାଗତ ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଶୁକ୍ରବାର ରାଜ୍ୟରୁ ୧୨୮୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ଚିହ୍ନଟ ହୋଇଛନ୍ତି ୧୩୭୪ କରୋନା ରୋଗୀ। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ଥିଲେ୮୧୨ ଏବଂ ଲୋକାଲ କେସ ୫୬୩। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ସୁନ୍ଦରଗଡ ରେକର୍ଡ କରିଛି। ଏକ ସୁନ୍ଦରଗଡ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୩୫୫ ଜଣ ଆକ୍ରାନ୍ତ। ଗତକାଲି ମଧ୍ୟ ସବୁଠାରୁ ଅଧିକ ରୋଗୀ ଏହି ଜିଲ୍ଲାରୁ ଚିହ୍ନଟ ହୋଇଥିଲେ। ଗତକାଲି ୨୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ଚିହ୍ନଟ ହୋଇଛନ୍ତି ୩୫୫। ସେହିପରି ନୂଆପଡାରୁ ୧୩୫ ଏବଂ ଖୋର୍ଦ୍ଧା ଜିଲ୍ଲାରୁ ୧୯୩ ଜଣ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି । ସେହିପରି ଅନୁଗୁଳରୁ ୩୩, ବାଲେଶ୍ୱରରୁ ୧୭, ବରଗଡରୁ ୫୯, ଭଦ୍ରକରୁ ୩୦, ବଲାଙ୍ଗୀରରୁ ୧୨, ବୌଦ୍ଧରୁ ୨, କଟକରୁ ୫୧, ଦେବଗଡରୁ ୮, ଢେଙ୍କାନାଳରୁ ୫, ଗଜପତିରୁ ୮, ଗଞ୍ଜାମରୁ ୨୦, ଜଗ୍ତସିଂହପୁରରୁ ୯, ଜାଜପୁରରୁ ୨୫, ଝାରସୁଗୁଡାରୁ ୫୨, କଳାହାଣ୍ଡିରୁ ୪୫, କନ୍ଧମାଳରୁ ୩, କେନ୍ଦ୍ରାପଡାରୁ ୪, କେନ୍ଦୁଝରରୁ ୨୪, କୋରାପୁଟରୁ ୮, ମୟୂରଭଞ୍ଜରୁ ୨୬ ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ନବରଙ୍ଗପୁରରୁ ୨୦, ନୟାଗଡରୁ ୧୩, ପୁରୀରୁ ୪୪, ରାୟଗଡାରୁ ୪୭, ସମ୍ବଲପୁରରୁ ୭୭, ସୋନପରରୁ ୪ ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟପୁଲ୍ରୁ ୪୫ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ୩,୪୮,୧୮୨ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଆକ୍ଟିଭ କେସ ଅଛି ୭୦୦୩। ବର୍ତ୍ତମାନ ସୁଦ୍ଧା ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୩,୩୯,୨୦୦। ଗତକାଲି ୩୧୦ ଜଣ ନୂଆ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।