ଗଞ୍ଜେଇ ଚୋରା ଚାଲାଣ ବେଳେ ୩୬୬ କେଜି ଗଞ୍ଜେଇ ଜବତ ସହ ୬ ଗିରଫ

500
ADVERTISEMENT

କୋଟଗଡ଼,୦୧/୦୪(ଡ଼ି.ଏଚ/ବ୍ୟୁରୋ): ଗଞ୍ଜେଇ ଚୋରା ଚାଲାଣ ପର୍ଦ୍ଦାଫାସ । ରଣପୁର ବ୍ଲକ ରାଜସୁନାଖଳାରେ ଚଢାଉ କରି ୩୬୬ କେଜିରୁ ଅଧିକ ଗଞ୍ଜେଇ ଜବତ କରିବା ସହ ଗୋଟିଏ ଟ୍ରକକୁ ଜବତ କରାଯାଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୦ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ସୂଚନା ରହିଛି । ଘଟଣାରେ ୬ଙ୍କୁ ଗିରଫ କରିଛି ପୋଲିସ ।
ବୁଧବାର ରାଜସୁନାଖଳା ରାସ୍ତା କୋଟଗଡ଼ ନିକଟରେ ଚେକିଂ ଚାଲିଥିଲା । ଠିକ୍‌ ଏହି ସମୟରେ ଉତ୍ତରପ୍ରଦେଶ ନମ୍ବର ଥିବା ଏକ ୧୨ଚକିଆ ଟ୍ରକକୁ ଜବତ କରିଥିଲା ପୋଲିସ । ଉକ୍ତ ଗାଡ଼ିକୁ ଯାଞ୍ଚ କରିବାକୁ ୩୬୬ କେଜି ୪୦୦ ଗ୍ରାମର ଗଞ୍ଜେଇ ଜବତ ହୋଇଛି । ଯାହାର ମୁଲ୍ୟ ପ୍ରାୟ ୨୦ଲକ୍ଷ ଟଙ୍କାରୁ ଅଧିକ ବୋଲି ଜଣାପଡିଛି । ତେବେ ଘଟଣାରେ ଗିରଫ ହୋଇଥିବା ୬ ଅଭିଯୁକ୍ତ ହେଲେ କାଳନ୍ଦି ଚରଣ ରଣା , ପବିତ୍ର ନାୟକ, ନାରାୟଣ ପରିଡ଼ା , ଭିକାରୀ ସେଠି, ବିନୟ କୁମାର ଓ ଅମରେଶ କୁମାର ବୋଲି ରଣପୁର ଥାନା ଅଧିକାରୀ ଜ୍ୟୋତିରଞ୍ଜନ ପଣ୍ଡା ସୂଚନା ଦେଇଛନ୍ତି |

Advertisement