ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ଵ ମହିଳା ଦିବସ ପାଳନ

224
ADVERTISEMENT

ପାରଳାଖେମୁଣ୍ଡି,୯/୩,(ପ୍ରଭାତ କୁମାର ପାତ୍ର ) : ନାରୀ ଆଉ ଅବଳା କି ଦୁର୍ବଳା ହୋଇ ରହିନାହିଁ। ବର୍ତ୍ତମାନର ସମାଜ ମ‌ଇଳାଙ୍କୁ ନିଜ ଅଧିକାର ସାବ୍ୟସ୍ତ କରିବାକୁ ଦେଇଛି ସୁଯୋଗ। କାନ୍ଧକୁ କାନ୍ଧ ମିଳାଇ ପୁରୁଷ ସଙ୍ଗେ ଆଗକୁ ବଢିଛି ମହିଳା। ମହିଳାଙ୍କୁ ସମ୍ମାନ ଦେଇ ସ୍ବତନ୍ତ୍ର ଭାବେ ଆଜି ବିଶ୍ବରେ ପାଳିତ ହେଉଛି ବିଶ୍ଵ ମହିଳା ଦିବସ। ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ନାରୀ ସଶକ୍ତିକରଣ ଦିଗରେ ଦୃଷ୍ଟାନ୍ତମୂଳକ ଉଦାହରଣର ସୃଷ୍ଟି କରିଛି। ଯାହାକୁ ଆଧାର କରି ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ଵ ମହିଳା ଦିବସ ଅତି ଗୁରୁତ୍ୱ ସ‌ହ ପାଳନ କରାଯାଉଛି। ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ କେନ୍ଦ୍ରରେ ଏସଂକ୍ରାନ୍ତରେ ଆୟୋଜିତ ସାଧାରଣ ସଭାରେ ଜିଲ୍ଲାପାଳ ଅନୁପମ ସାହା ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ବର୍ତ୍ତମାନର ସମାଜରେ ନାରୀର ସ୍ଥାନ ଉଚ୍ଚରେ ରହିଛି। ବିକାଶ ନିମନ୍ତେ ମହିଳାଙ୍କ ଅବଦାନ ଯଥେଷ୍ଟ ରହିଛି ବୋଲି ମତପୋଷଣ କରିଛନ୍ତି ଜିଲ୍ଲାପାଳ। ଏହି ଅବସରରେ ବିଭିନ୍ନ ମହିଳା ସଂଘଟନ ମାନଙ୍କର ଭଲ କାର୍ଯ୍ୟ ଦେଖି ସେମାଙ୍କୁ କିଛି ସହାୟତା ରାଶି ସହ ପୁରସ୍କାର ପ୍ରଦାନ କରାଯାଇଥିଲା। ସେଷରେ କୁନି କୁନି ଝିଅମାନେ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି।

Advertisement