ବଲାଙ୍ଗିର,୭/୩,(ସୁନୀଲ ତ୍ରିପାଠୀ): ବଲାଙ୍ଗୀର ପୋଲିସ ଆଜି ହାଇୱା ଡ୍ରାଇଭରଙ୍କ ଠାରୁ ଲୁଟ କରି ଫେରାର ହୋଇଥିବା ଅଭିଯୁକ୍ତଙ୍କୁ ଗିରଫ କରିଛି । ସୂଚନାରୁ ପ୍ରକାଶ ଯେ ଗତ ୦୫/୦୩/୨୦୨1 ସକାଳ ୪ ଟା ବେଳେ ଏକ ହାଇୱା ଟ୍ରକ୍ ମନୋହରପୁରରୁ ବଲାଙ୍ଗୀର ସହରକୁ ଆସୁଥିବା ବେଳେ ୩ ଜଣ ବ୍ଯକ୍ତି ଟ୍ରକକୁ ଅଟକାଇ ଡ୍ରାଇଭରକୁ ଛୁରାରେ ଆଘାତ କରି ତାଙ୍କ ଠାରୂ ଏକ ହଜାର ଟଙ୍କା ଲୂଟିଥିଲେ । ସେତେବେଳେ ସ୍ଥାନୀୟ ଲୋକ ପହଞ୍ଚି ଯିବାରୁ ଜଣେ ଲୁଟେରା ଟଙ୍କା ଓ ଛୁରା ସହ ଫେରାର ହୋଇଥିଲା । ଆଉ ଦୁଇଜଣଙ୍କୁ ଲୋକେ କାବୁ କରିଥିଲେ । ପୋଲିସ ଅନୁସଂଧାନ କରି ଆଜି ଫେରାର ଅଭିଯୁକ୍ତକୁ ଗିରଫକରି ତା ଠାରୁ ଏକ ହଜାର ଟଙ୍କା ଓ ଆକ୍ରମଣରେ ବ୍ଯବହୃତ ଛୁରା ଜବତ କରିଛି ।
