ବଲାଙ୍ଗିର,୭/୩,(ସୁନୀଲ ତ୍ରିପାଠୀ): ବଲାଙ୍ଗୀର ଟାଉନ ପୋଲିସ ଆଜି ସହରରେ ରହୁଥିବା ଜଣେ ବଙ୍ଗାଳୀ ମିସ୍ତ୍ରୀଙ୍କ ହତ୍ଯାକାଣ୍ଡରେ ସାମିଲଥିବା ଅଭିଯୋଗରେ ଛଅ ଜଣ ଅନ୍ଯ ବଙ୍ଗାଳୀ ନିର୍ମାଣ ଶ୍ରମିକଙ୍କୁ ଗିରଫ କରିଛି । ଏଥିସହିତ ହତ୍ଯାରେ ବ୍ଯବହୃତ ଗୋଟିଏ କୋଦାଳକୁ ମଧ୍ଯ ଜବତ କରିଛି । ସୂଚନା ଯୋଗ୍ଯଯେ ଗତ ୦୪/୦୩/୨୦୨୧/ଓ ୦୫/୦୩/୨୦୨୧ ତାରିଖ ମଧ୍ୟ ରାତିରେ ସହରରେ ରହୁଥିବା ବଙ୍ଗାଳୀ ନିର୍ମାଣ ଶ୍ରମିକଙ୍କ ମଧ୍ଯରେ କୌଣସି କାରଣରୁ ଗଣ୍ଡଗୋଳ ହେବାରୁ ଜଣେ ମିସ୍ତ୍ରୀର ମୃତ୍ୟୁ ହୋଇଥିଲା । ବଲାଙ୍ଗୀର ପୋଲିସ ଏ ସଂପର୍କରେ ସୂଚନା ପ୍ରକାଶ କରିଛି ।