ମୋହନା ବ୍ଳକର ବିଭିନ୍ନ ସ୍ଥାନରେ ପଞ୍ଚାୟତିରାଜ ଦିବସ ପାଳିତ

312
ADVERTISEMENT

ମୋହନା,୬/୩,(ମୋହନ ଗୌଡ଼ ): ସ୍ଥାନୀୟ ବ୍ଳକର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ମହାସମାରୋହରେ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି । ବ୍ଳକ୍ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଳକ ଅଧ୍ୟକ୍ଷା ସୁକି ଶବର ସଭାପତିତ୍ତ୍ଵ କରିଥିଲେ। ମୁଖ୍ୟଅତିଥି ଭାବେ ବ୍ଳକ୍ ଉପାଧକ୍ଷା ବାଲମିନା ଅଧିକାରୀ, ମୁଖ୍ୟବକ୍ତା ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷାବିତ୍ ମଧୁସୂଦନ ପାଢୀ,ସମ୍ମାନୀତ ଅତିଥି ସିଡ଼ିପିଓ ଲଳିତା ମଳିକ, ବ୍ଳକ ସେକସନ୍‌ ଅଫିସର ବେଣୁଧର ଚଣ୍ଡ ଯୋଗଦେଇଥିଲେ। ଅତିଥିମାନଙ୍କଦ୍ୱାରା ପ୍ରଥମେ ଦୀପ ପ୍ରଜ୍ଜ୍ଵଳନ କରାଯାଇଥିଲା। ତାପରେ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀମାନଙ୍କଦ୍ୱାରା ଦେଶତ୍ମାବୋଧ ସଙ୍ଗୀତ ଗାନ କରାଯାଇଥିଲା। ଅତିଥିମାନେ ନିଜ ବକ୍ତବ୍ୟରେ ପଞ୍ଚାୟତିରାଜ ଦିବସ ପାଳନ କରିବାର ଉଦ୍ଦେଶ୍ୟ, ଲକ୍ଷ୍ୟ, ଆଭିମୁଖ୍ୟ ଓଅଭିପ୍ରାୟ ସଂପର୍କରେ କହିବା ସହିତ ମହିଳା ସଶକ୍ତିକରଣ,ମିଶନ ଶକ୍ତି, ମମତା ଓ ଶିଶୁ କାର୍ଯ୍ୟକ୍ରମ ସଂପର୍କରେ କହିବା ସହିତ ପ୍ରବାଦ ପୁରୁଷ ବିଜୁ ବାବୁଙ୍କର ୧୦୫  ତମ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ତାଙ୍କର ସାହସିକତା, ପରୋପକାରୀ ମନୋଭାବ, ଦୃଢ ସଂକଳ୍ପ. ଓଡ଼ିଶା ପ୍ରଦେଶ ଗଠନରେ ମୁଖ୍ୟ ଭୂମିକା, ପ୍ରଗାଢ ଇଚ୍ଛାଶକ୍ତି ଉପରେ ଆଲୋକପାତ କରିଥିଲେ । କୃଷି ବିଭାଗ ପକ୍ଷରୁ କୃଷି ଉପରେ ସଚେତନତାକୁ ନେଇ  ପଥ ପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା I

Advertisement