ମୋହନା,୦୧/୦୩(ମୋହନ ଗୌଡ଼): ଗଜପତି ଜିଲ୍ଲା ମୋହନା ବ୍ଳକ୍ ଅନ୍ତର୍ଗତ କାଳିଆପଟା ଗ୍ରାମ ନିକଟ ନିକଟରେ ରହିଥିବା ଚନ୍ଦ୍ରଗିରି ଶିଳ୍ପ ଓ ତାଲିମ କେନ୍ଦ୍ର ଠାରେ ଜାତୀୟ ବିଜ୍ଞାନ ଦିବସ ମହାସମାରୋହରେ ପାଳିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଗଜପତି ଜିଲ୍ଲାପାଳ ଅନୁପମ ସାହା ଉଦଘାଟନ କରିଥିଲେ। ମୁଖ୍ୟବକ୍ତା ବ୍ରହ୍ମପୁର ଶିଳ୍ପ ଓ ତାଲିମ କେନ୍ଦ୍ରର ଅଧ୍ୟକ୍ଷ ରଞ୍ଜନ କୁମାର ପାଣିଗ୍ରାହୀ ,ସମ୍ମାନୀତ ଅତିଥି ଡ଼ିଡବ୍ଲ୍ୟୁଓ ସନ୍ତୋଷ କୁମାର ରଥ, ଜିଲ୍ଲା ପ୍ରକଳ୍ପ ପ୍ରଶାସକ ସରୋଜ କୁମାର ବେହେରା , ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, ଜିଲ୍ଲା ନିୟୋଜନ ଅଧିକାରୀ ସୌଭାଗ୍ୟ କୁମାର ତ୍ରିପାଠୀ, ବିଡ଼ିଓ ବଂଶୀଧର ଖୋସ୍କା ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲାପାଳ ଶ୍ରୀ ସାହା ବ୍ରହ୍ମପୁର ଆଇଟିଆଇ, ଗୁମ୍ମା ଆଇଟିଆଇ, ରାୟଗଡ଼ ଆଇଟିଆଇ, ଚନ୍ଦ୍ରଗିରି ଆଇଟିଆଇ, ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିଆନ ଆଇଟିଆଇ, ସରକାରୀ ପଲିଟେକ୍ନିକ ପାରଳାଖେମୁଣ୍ଡି , ରାଉଦୟଗିରି କୃଷିବିଜ୍ଞାନ କେନ୍ଦ୍ର ମାନଙ୍କରୁ ଆସିଥିବା ବିଭିନ୍ନ ପ୍ରକଳ୍ପକୁ ବୁଲି ଦେଖିଥିଲେ। ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟ ଓ ଲକ୍ଷ୍ୟ ସଂପର୍କରେ ଉପସ୍ଥିତ ଛାତ୍ର/ଛାତ୍ରୀମାନଙ୍କୁ ପଚାରି ବୁଝିଥିଲେ।ମୋହନା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀମାନଙ୍କଦ୍ୱାରା ଦେଶତ୍ମାବୋଧ ସଙ୍ଗୀତ ଗାନ କରାଯାଇଥିଲା। ସଭାରେ ଉପସ୍ଥିତ ଛାତ୍ର/ଛାତ୍ରୀମାନଙ୍କୁ ଜିଲ୍ଲାପାଳ ବୈଜ୍ଞାନିକ ଚିନ୍ତାଧାରା ଓ ବିଚାର, ଲକ୍ଷ, ଉଦ୍ଦେଶ୍ୟ ,ଆଇଟିଆଇର ନିଯୁକ୍ତି ସୁଯୋଗ, ବୈଷୟିକ ଶିକ୍ଷା ମାଧ୍ୟମରେ ଉପକୃତ ହେବା, ଆଇଟିଆଇର ବିଭିନ୍ନ କାର୍ଯ୍ୟକ୍ରମରେ ତିବ୍ଦତୀୟ ମାନଙ୍କୁ ସାମିଲ କରିବା ଉପରେ ଗୁରୁତ୍ଵ ଦେଇଥିଲେ । ଉନ୍ନତମାନର ପ୍ରକଳ୍ପ ପ୍ରଦର୍ଶିତ କରିଥିବା ପାଇଁ ବ୍ରହ୍ମପୁର ଆଇଟିଆଇକୁ ୫୦ ହଜାର ଟଙ୍କା,ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିଆନ ଆଇଟିଆଇକୁ ୨୫ ହଜାର ଓ ଚନ୍ଦ୍ରଗିରି ଆଇଟିଆଇକୁ ୧୫ ହଜାର ଟଙ୍କା ପୁରସ୍କାର ସ୍ୱରୂପ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀ ତ୍ରିପାଠି