କଟକ,୨୮/୦୨(ଡ଼ି.ଏଚ/ବ୍ୟୁରୋ): କଟକ ଚଉଳିଆଗଞ୍ଜ ଥାନା ଅର୍ନ୍ତଗତ ଗତିରାଉତ ପାଟଣାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଠାରେ ଅଟୋକୁ ଧକ୍କା ଦେଲା ବସ। ଅଟୋ ଚାଳକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ୩ ଜଣ ଅଟୋ ଯାତ୍ରୀ ଗୁରୁତର ହୋଇଛନ୍ତି । ଖବର ପାଇ ଚାଉଳିଆଗଞ୍ଜ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଏସ୍ସିବି ମେଡ଼ିକାଲ ସ୍ଥାନାନ୍ତର କରିଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକ ଏକ ଘଣ୍ଟା ଧରି ରାସ୍ତାରୋକ କରି ଗାଡ଼ିର ଗତି କମାଇବା ସହ ରାସ୍ତାରେ ହମ୍ପସ କରିବାକୁ ଦାବି କରିଛନ୍ତି ।