ଭୁବନେଶ୍ୱର ,୨୪/୦୨/୨୧(ଡ଼ି.ଏଚ/ବ୍ୟୁରୋ): ଆଜି ବିଧାନସଭାର ପ୍ରଶ୍ନକାଳରେ ଉଠିଛି ଏମ୍ଏସ୍ପି ପ୍ରସଙ୍ଗ। ବିଜେଡି ବିଧାୟକ ଅମର ଶତପଥୀଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ କୃଷି ମନ୍ତ୍ରୀ ଅରୁଣ ସାହୁ। ୨୦୧୭ ମାର୍ଚ୍ଚ ୨୫ ତାରିଖରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୨୯ ଶହ ୩୦ ଟଙ୍କା କରିବା ପାଇଁ ଦାବି କରାଯାଇଥିଲା। ୧୩ ଜୁଲାଇ ୨୦୧୮ରେ ମଧ୍ୟ ଏ କଥା ଉଠାଯାଇଥିଲା। ଧାନର ଉତ୍ପାଦନ ଖର୍ଚ୍ଚ ୨୩ ଶହ ୪୪ ଟଙ୍କା ବୋଲି ହିସାବ କରିଥିଲେ ରାଜ୍ୟ ସରକାର। କିନ୍ତୁ ଏବେବି କ୍ୟାବିନେଟରେ ପ୍ରସ୍ତାବ ପାରିତ ହୋଇ କେନ୍ଦ୍ର ପାଖକୁ ପଠାଯାଇଛି ବୋଲି କୃଷି ମନ୍ତ୍ରୀ ଅରୁଣ ସାହୁ ଗୃହରେ ଉତ୍ତର ରଖିଛନ୍ତି। ଏମଏସପି ନିର୍ଦ୍ଧାରଣ ବେଳେ ସିଏସିପି ରାଜ୍ୟ ମାନଙ୍କର ମତାମତ ନେଇଥାଏ ।କିନ୍ତୁ ଜାତୀୟ ହାରକୁ ନେଇ ଏମଏସପି ନିର୍ଦ୍ଧାରଣ କରାଯାଉଛି। ଯେଉଁଥିପାଇଁ ଓଡିଶା କ୍ଷତିଗ୍ରସ୍ତ ହେଉଛି ବୋଲି ଗୃହରେ ଅରୁଣ ସାହୁ କହିଛନ୍ତି। ସେପଟେ ଆଜି ଗୃହରେ ANM ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହୀନପତି। କୋଭିଡ୍ ସମୟରେ ଏଏନଏମ ମାନଙ୍କୁ ସରକାର କାର୍ଯ୍ୟରେ ଲଗାଇଲେ, କିନ୍ତୁ ଏବେ ସେମାନଙ୍କୁ କିପରି ଚାକିରୀରୁ ଛଟେଇ କରୁଛନ୍ତି ବୋଲି ତାରା ପ୍ରଶ୍ନ କରିଥିଲେ। ବିଜେପି ବିଧାୟକ ମୋହନ ମାଝୀ ମଧ୍ୟ ସମାନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲେ। ସ୍ୱାସ୍ଥ୍ୟମନ୍ତ୍ରୀ ଏନେଇ ଗୃହରେ ପ୍ରତିକ୍ରିୟା ରଖିବା ପାଇଁ ଦାବି କରିଥିଲେ ମୋହନ ମାଝି। ଆଜି ବିଧାନସଭା ପ୍ରଶ୍ନକାଳରେ ପୁଣି ଉଠିଲା MSP ପ୍ରସଙ୍ଗ। ବିଜେଡି ବିଧାୟକ ଅମର ଶତପଥୀଙ୍କ ପ୍ରଶ୍ନର ଉତ୍ତର ରଖିଲେ କୃଷି ମନ୍ତ୍ରୀ।