ନବରଙ୍ଗପୁର,୨୧/୦୨/୨୧(ଡ଼ି.ଏଚ/ବ୍ୟୁରୋ) : ପୁଲିସ ଓ ଅବକାରୀ ବିଭାଗକୁ ଚକମା ଦେବାକୁ ଗଞ୍ଜେଇ ବେପାରୀଙ୍କ ଉଦ୍ୟମ ଫେଲ ମାରିଛି । କଣ୍ଟେନରରେ ଗୁପ୍ତ ଚ୍ୟାମ୍ବର କରି ଗଞ୍ଜେଇ ଚାଲାଣ କରୁଥିବାବେଳେ ପୁଲିସ ଏହି କଣ୍ଟେନରକୁ ଜବତ କରିଛି । ମିଳିଥିବା ସୂଚନା ମୁତାବକ ଆଜି ସକାଳୁ ମାଲକାନଗିରିରୁ ବିହାର ଅଭିମୁଖେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ପୁଲିସ ପାଖରେ ଖବର ପହଞ୍ଚିଥିଲା । ଏହା ପରେ ନବରଙ୍ଗପୁର ପୁଲିସ ନବରଙ୍ଗପୁର ସୀମାନ୍ତ ଇନ୍ଦ୍ରାବତୀ ପୋଲ ନିକଟରେ ଚଢ଼ାଉ କରି ଗଂଜେଇ ଭର୍ତ୍ତି କଣ୍ଟେନରକୁ ଜବତ କରିଥିଲା । ଗଞ୍ଜେଇ ଚାଲାଣ ଅଭିଯୋଗରେ ପୁଲିସ ବିହାର ଅଂଚଳର ୨ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି । ତେବେ ବଡ କଥା ଯେ ଗଞ୍ଜେଇକୁ ନେବା ପାଇଁ କଣ୍ଟେନର ମଧ୍ୟରେ ଏକ ସିକ୍ରେଟ ଚ୍ୟାମବର କରାଯାଇଥିଲା । ଚ୍ୟାମ୍ବରକୁ କାଟିବା ପରେ ଏଥିରୁ ୭୦ ପ୍ୟାକେଟ ଗଂଜେଇ ଜବତ କରାଯାଇଛି । ଜବତ ହୋଇଥିବା ଗଞ୍ଜେଇର ଅନୁମାନିକ ମୂଲ୍ୟ ପ୍ରାୟ ୨୦ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ପ୍ରକାଶ ଥାଉକି ଗତକାଲି ଗୋଟିଏ ଯାଇଲୋ ଗାଡି ସହ ୮୭କେଜି ଗଞ୍ଜେଇ ଜବତ କରିବା ସହ ୨ଜଣକୁ ଗିରଫ କରାଯାଇଥିଲା ।