ପାରଳାଖେମୁଣ୍ଡି,୧୮/୦୨/୨୧(ପ୍ରଭାତ କୁମାର ପାତ୍ର) : ଜିଲ୍ଲା କୃଷକ ସଂଘର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଶହ ଶହ ଚାଷୀ, ମଣ୍ଡିରେ ଅବ୍ୟବସ୍ଥା ଟୋକେନ ଥାଇ ଇ- ଧାନ ବିକ୍ରି କରିପାରୁ ନାହାନ୍ତି ଚାଷୀ, ଟାରଗେଟ ନଥିବା କହି ଗ୍ରହଣ କରୁନି ମିଲର, ଅମଳ ଧାନକୁ ବିକ୍ରି ନକରିପାରି ହନ୍ତସନ୍ତ ହେଉଛନ୍ତି ଚାଷୀ, ଅମଳର ଦୁଇ ମାସ ପରେବି ମଣ୍ଡିରେ ପଡି ରହିଛି ଧାନ, ବାରମ୍ବାରଅଭିଯୋଗ ପରେ ସମସ୍ୟାର ସମାଧାନ ନହେବାରୁ ଜିଲ୍ଲାପାଳ କାର୍ଯ୍ୟଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ଚାଷୀ। ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣାରେ ବସିବାକୁ ନିଷ୍ପତ୍ତି ନେଇଛି ଚାଷୀ ସଂଗଠନ ।