ବିଧାନସଭା ସମ୍ମୁଖରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ

132
ADVERTISEMENT

ଭୁବନେଶ୍ୱର,୧୮/୦୨/୨୧(ଡ଼ି.ଏଚ/ବ୍ୟୁରୋ) : ବିଧାନସଭା ସମ୍ମୁଖରେ ଆତ୍ମହୁତି ଉଦ୍ୟମ ପୋଲିସ ପ୍ରଶାସନର ନିଦ ହଜାଇ ଦେଇଥିବାବେଳେ ଏହାକୁ ରୋକିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛି। ହେଲେ ଏହାକୁ ରୋକିପାରୁ ନାହିଁ। ଆଜିଠାରୁ ବିଧାନସଭାର ବଜେଟ ଅଧିବେଶନ ଚାଲିଥିବାବେଳେ ଏପରି ଉଦ୍ୟମକୁ ରୋକିବା ପାଇଁ ପୋଲିସ ପ୍ରଶାସନ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଥିଲା। ଗାଡ଼ିମୋଟର ଚଳାଚଳ ନେଇ କଟକଟା କରିଥିଲା। ତଥାପି ଆତ୍ମହୁତି ରୋକିବାରେ ବିଫଳ ହୋଇଛି। ଆଜି କିଛି ଘଣ୍ଟା ପୂର୍ବରୁ ପୁଣି ବିଧାନସଭା ନିକଟରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ କିରଛନ୍ତି।

ବିଧାନସଭା ନିକଟ ଜୟଦେବ ଭବନ ସାମ୍ନାରେ ଜଣେ ମହିଳା ଆତ୍ମାହୁତି ଉଦ୍ୟମ କରୁଥିଲେ । ଦେହରେ ପେଟ୍ରୋଲ ଢାଳିବାବେଳେ କାବୁ କରି ନେଇଛି ପୋଲିସ। ତେବେ ମହିଳା ଜଣକ କିଏ ଏବଂ କାହିଁକି ଏମିତି କରୁଥିଲେ ଜଣାପଡ଼ିନି । ତେବେ ମହିଳା ଜଣକ ଜଗତ୍‌ସିଂହପୁର କୁଜଙ୍ଗ ଅଞ୍ଚଳର ବୋଲି ଜଣାପଡ଼ିଛି। ସୂଚନାଥାଉ କି, ଗତକାଲି କାଲି ମଧ୍ୟ ଜଣେ ବ୍ୟକ୍ତି ବିଧାନସଭା ସାମ୍ନାରେ ଆତ୍ମାହୁତି ଉଦ୍ୟମ କରିଥିଲେ । ଏଠି କହିରଖିବୁ, ନୟାଗଡ ନାବାଳିକା ହତ୍ୟା ଘଟଣାରେ ନ୍ୟାୟ ନ ପାଇ ତାଙ୍କର ବାପା-ମା’ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହା ପରେ ଘଟଣା ପଦାକୁ ଆସିଥିଲା। ଏ‍‍‍ହି ନାବାଳିକା ହତ୍ୟାକାଣ୍ଡକୁ ନେଇ ଏବେ ରାଜ୍ୟ ରାଜନୀତି ପଡୁଛି ଉଠୁଛି। ଏହାପରେ ନଭେମ୍ବର ୨୭ ତାରିଖରେ ଆଠଗଡ଼ ଅଞ୍ଚଳର ୩ ଜଣ ଚାଷୀ ବିଧାନସଭା ସମ୍ମୁଖରେ କିରୋସିନି ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ। ସେହିପରି ପୁଅ ହତ୍ୟାର ନ୍ୟାୟ ପାଇବା ପାଇଁ ଜଗତସିଂହପୁରରୁ ଆସି ଜଣେ ମହିଳା ଆତ୍ମାହୁତି ଉଦ୍ୟମ କରିଥିଲେ।
ରାଜ୍ୟରୁ ଯେଉଁମାନେ ନ୍ୟାୟ ପାଇବା ପାଇଁ ଅପେକ୍ଷା କରୁଛନ୍ତି, ଆଉ ଶେଷରେ ପାଉନାହାନ୍ତି, ସେମାନେ ଅତିଷ୍ଠ ହୋଇ ବିଧାନସଭା ସାମ୍ନାରେ ଆତ୍ମାହୁତି ଉଦ୍ୟମ କରୁଛନ୍ତି। ଏହାକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସବୁ ପ୍ରକାର ଉଦ୍ୟମ କରାଯାଇଥିଲା।।

Advertisement