ଗଜପତି ରେ କଂଗ୍ରେସ ପକ୍ଷରୁ ଚକ ଅଖ ବନ୍ଦ ପାଳନ

135
ADVERTISEMENT

ପାରଳାଖେମୁଣ୍ଡି,୧୫/୦୨/୨୧(ପ୍ରଭାତ କୁମାର ପାତ୍ର) :ଆଜି ଓଡ଼ିଶାରେ କଂଗ୍ରେସ ବନ୍ଦ ଡାକରା ଦେଇଛି । ବିଭିନ୍ନ ଦାବି ନେଇ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ପାଇଁ ଆହ୍ୱାନ ଦିଆଯାଇଛି। ସକାଳ ୭ଟାରୁ ଦିନ ଗୋଟାଏ ଅର୍ଥାତ ୬ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଏହାକୁ ନେଇ ଗଜପତିରେ କଂଗ୍ରେସ କର୍ମୀ ମାନଙ୍କ ପକ୍ଷରୁ ପାରଳାଖେମୁଣ୍ଡିରେ ମଧ୍ୟ ବନ୍ଦକରାଯାଇଛି l କଂଗ୍ରେସର ଏହି ବନ୍ଦ ପ୍ରଭାବ ରେ ଗାଡ଼ି ଚଳାଚଳ ବନ୍ଦ ରହିଥିବା ବେଳେ ସମସ୍ତ ସ୍କୁଲ୍‌, କଲେଜ ଗୁଡିକ ମଧ୍ୟ ବନ୍ଦ ରହିଛି l ପେଟ୍ରୋଲ, ଡିଜେଲ୍ ଦର ବୃଦ୍ଧି, ବେକାରୀ ସମସ୍ୟା, ରାଜ୍ୟରେ ନାରୀ ଓ ଶିଶୁ ନିର୍ଯାତନା, ବିଗିଡ଼ିଥିବା ଆଇନ ଶୃଙ୍ଖଳା ପରିସ୍ଥିତି ଭଳି ଏକାଧିକ ପ୍ରସଙ୍ଗ ନେଇ ବନ୍ଦ ପାଳନ କରାଯାଉଥିବା ବେଳେ ଗଜପତି କଂଗ୍ରେସ ନଗର ସଭାପତି ବସନ୍ତ ପଣ୍ଡା, ଯୁବ ଜିଲ୍ଲା ସଭାପତି ସୂର୍ଯ୍ୟନାରାୟଣ ପାତ୍ର, ଯୁବ ନେତା ମନୋଜ ସାହୁ, ବରିଷ୍ଠ କଂଗ୍ରେସ ନେତା କୁନା ମାଝୀ ଭଳି କଂଗ୍ରେସ ପ୍ରମୁଖ ନେତା ଯୋଗ ଦେଇ ବନ୍ଦ ଡାକରା ଦେଇଛନ୍ତି l

Advertisement