ଭାରତ-ଇଂଲଣ୍ଡ ୨ୟ ଟେଷ୍ଟ : ରୋହିତ ଶର୍ମାଙ୍କ ସ୍କୋର ୩୦୦/୬

484
ADVERTISEMENT

ଚେନ୍ନାଇ,୧୩/୦୨/୨୧(ଡ଼ି.ଏଚ/ବ୍ୟୁରୋ) : ଭାରତ ଓ ଇଂଲଣ୍ଡ ମଧ୍ୟରେ ଚେନ୍ନାଇର ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ଟିମ୍‌ ଇଣ୍ଡିଆର ଓପନ୍‌ର ତଥା ହିଟମ୍ୟାନ ରୋହିତ ଶର୍ମା ବିସ୍ଫୋରକ ବ୍ୟାଟିଂ କରିଛନ୍ତି । ରୋହିତଙ୍କ ଧୁଆଁଧାର ୧୬୧ ରନ୍‌ ବଳରେ ଟିମ୍ ଇଣ୍ଡିଆର ସ୍କୋର ୩୦୦ ରନ୍‌କୁ ଛୁଇଁଛି । ଅନ୍ୟପଟେ ଭାରତ ହାତରେ ଏବେ ବି ଆହୁରି ୪ଟି ୱିକେଟ୍ ବାକି ଥିବାରୁ ଦଳର ସ୍କୋର ଆହୁରି ଆଗକୁ ବଢିବାର ଆଶା ବଢ଼ିଛି । ଶନିବାର ଚେନ୍ନାଇରେ ଆରମ୍ଭ ହୋଇଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ଭାରତର ଅଧିନାୟକ ବିରାଟ କୋହଲି ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ହେଲେ ଶୁଭମନ୍‌ ଗିଲଙ୍କ ୩ଟି ବଲ୍‌ର ସମ୍ମୁଖୀନ ହୋଇ କୌଣସି ରନ୍‌ ନକରି ପାଭଲିଅନ୍‌କୁ ଫେରିଆସିିଥିଲେ। ଏଥି ସହିତ ଦଳକୁ ମିଳିଥିଲ ପ୍ରାରମ୍ଭିକ ଝଟକା । ଏହାପରେ ପୂଜାରା ଓ ରୋହିତ ଶର୍ମା ୮୫ ରନର ଭାଗିଦାରୀ ହେବା ସହିତ ଭାରତର ସ୍କୋର ଆଗକୁ ନେଇଥିଲେ । ହେଲେ ୨୧ତମ ଓଭରରେ ପୂଜାରା ଓ ୨୨ତମ ଓଭରରେ କୋହଲିଙ୍କ ୱିକେଟ ଭାବେ ଦଳକୁ ମିଳିଥିଲା ଡବଲ ଝଟକା । ପୂଜାରା (୨୧ରନ୍‌)ଙ୍କ ପରେ ପରେ ଅଧିନାୟକ କୋହଲି ବିନା କୌଣସି ରନ କରି ଆଉଟ୍ ହୋଇଯାଇଥିଲେ । ହେଲେ ଏହାପରେ ଆଜିଙ୍କ୍ୟ ରାହାଣେ (୬୭ ରନ୍‌) ଓ ରୋହିତ ଯୋଡି ଦଳର ସ୍କୋରକୁ ଆଗକୁ ବଢାଇଥିଲେ । ରୋହିତ ନିଜର ଟେଷ୍ଟ କ୍ୟାରିୟରର ସପ୍ତମ ଶତକ ଅର୍ଜନ କରିଥିଲେ । ଆଜିର ମ୍ୟାଚ ପରେ ପଡ଼ିଆରୁ ବିଦାୟ ନେବା ପୂର୍ବରୁ ଭାରତୀୟ ଯୁବ କ୍ରିକେଟର ଋଷଭ ପନ୍ତ (୩୩ ରନ୍‌) ଓ ଅକ୍ଷର ପଟେଲ (୫ରନ୍‌) ଅପରାଜିତ ଥିଲେ। ଇଂଲଣ୍ଡ ଏହି ମ୍ୟାଚରେ ୬ ଜଣ ବୋଲରକୁ ବ୍ୟବହାର କରିଥିବାବେଳେ ଜ୍ୟାକ୍ ଲିଚ୍ ଓ ମୋଇନ ଅଲ୍ଲୀଙ୍କୁ ଦୁଇଟି ଲେଖାଏଁ ସଫଳତା ମିଳିଥିଲା । ତା ସହିତ ଷ୍ଟୋନ ଓ ଜୋ ରୁଟଙ୍କ ମଧ୍ୟ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା । ଏହି ମ୍ୟାଚ୍ ଜିତି ଭାରତ ଟେଷ୍ଟ ଚାମ୍ପିୟନସିପର ଫାଇନାଲରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଥିବାବେଳେ ଇଂଲଣ୍ଡ ପାଇଁ ମଧ୍ୟ ସିରିଜ୍ କବଜା କରିବାକୁ ଏହା ସୁବର୍ଣ୍ଣ ସୁଯୋଗ ବୋଲି କୁହାଯାଉଛି ।

Advertisement