ସୋନପୁର ,୧୩/୦୨/୨୧(ସୁନୀଲ ତ୍ରିପାଠୀ ) :ଶତାୟୁ ସଂଗ୍ରାମୀ ନେତ୍ରୀ ଶ୍ରୀମତୀ ଲୋକମାତା ପାଣିଗ୍ରାହୀ ଆଉ ନାହାନ୍ତି l ତାଙ୍କର ବିୟୋଗ ହେବା ଜଣା ପଡିବା ପରେ ଆଜି ସୁବର୍ଣ୍ଣପୁର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି l ହୀରାକୁଦ ନଦୀବନ୍ଧ ଯୋଜନା ନିର୍ମାଣ ହେବା ବେଳେ ଲୋକମାତା ସମ୍ବଲପୁର ଜିଲ୍ଲା ମହୁଲପାଲୀ ଗ୍ରାମରୁ ସୁବର୍ଣ୍ଣପୁର ଜିଲ୍ଳା ଉଲୁଣ୍ଡା ବ୍ଲକ କୁତମେଣ୍ଡା ଗ୍ରାମକୁ ଆସି ବିସ୍ଥାପିତ ମାନଙ୍କୁ ନେଇ ଆନ୍ଦୋଳନ କରି ନାରୀ ନେତ୍ରୀ ହୋଇପାରିଥିଲେ l ଏକଦା ସୁବର୍ଣ୍ଣପୁର ଜିଲ୍ଲାରେ ଯେତେବେଳେ ସିଣ୍ଢୋଲ, କପାସିରା ଓ ଗୋଧନେଶ୍ୱର ବେରେଜ ନିର୍ମାଣ ବିରୋଧରେ ତୀବ୍ର ଆନ୍ଦୋଳନ ହୋଇଥିଲା l ୨୦୧୧ ମସିହା ଅଗଷ୍ଟ ୧୫ ସ୍ଵାଧୀନତା ଦିବସ ପାଳନ ଅବସରରେ ସରକାରୀ କାର୍ଯ୍ୟକ୍ରମକୁ ବିରୋଧ କରି ଆନ୍ଦୋଳନକାରୀ ଏକ ସମାନ୍ତରାଳ ସ୍ଵାଧୀନତା ଦିବସ ପାଳନ କରିଥିଲେ l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଲୋକମାତା ପାଣିଗ୍ରାହୀ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ l ସୂଚନା ଥାଉକି, ଜିଲ୍ଲାସ୍ତରୀୟ ସରକାରୀ ପ୍ୟାରେଡ୍ ପାଇଁ ତତ୍କାଳୀନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବରେ ଆସି ପ୍ୟାରେଡ୍ ପଡ଼ିଆ କୌଣସି ଲୋକ ପଡ଼ିଆ ରେ ନଥିବା ଦେଖି ଫେରି ଯାଇଥିଲେ l ତାଙ୍କ ବିୟୋଗରେ ଆଜି ସନ୍ଧ୍ୟାରେ ଗାନ୍ଧୀ ପଡ଼ିଆ ଠାରେ ଏକ ଶୋକସଭା ହୋଇଯାଇଛି l