ବଲାଙ୍ଗୀରଜିଲ୍ଲାର ଗୋପାଳପୁର ଠାରେ ଛତୁଚାଷ ତାଲିମ କାର୍ଯ୍ୟକ୍ରମ

205
ADVERTISEMENT

ଲୋଇସିଂହା,୧୩/୦୨/୨୧(ସୁନୀଲ ତ୍ରିପାଠୀ) :ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଗୋପାଳପୁର ଠାରେ ୧୦ ଦିନିଆ ଛତୁ ଚାଷ ତାଲିମ କାର୍ଯ୍ୟକ୍ରମ ଉଦଯାପିତ ହୋଇଥିଲା । ଷ୍ଟେଟ ବ୍ୟାଙ୍କ ଆରୋସିଟି ବଲାଙ୍ଗୀର ଆନୁକୂଲ୍ୟରେ ଲୋଇସିଂହା ବ୍ଲକ ଅନ୍ତର୍ଗତ ଗୋପାଳପୁର ଅନୁଷ୍ଠାନ ର ନିର୍ଦେଶକ ଶ୍ରୀ ଲକ୍ଷ୍ମୀଧର ମଲ୍ଲିକ, ତାଲିମଧାରୀ ମାନଙ୍କୁ ଉଦ୍ୟୋଗୀ ହେବା ପାଇଁ ଉତ୍ସାହିତ କରିବା ସହିତ ଶୁଭ କାମନା ଜଣାଇଥିଲେ । ଅନୁଷ୍ଠାନର ପ୍ରଶିକ୍ଷକ ସୂର୍ଯ୍ୟମଣି ପଧାନ ତାଲିମଧାରୀ ମାନଙ୍କର ଚଳଣି ସ୍ତର ର ଉନ୍ନତି କାମନା କରିଥିଲେ । ମହିଳା ମାନଙ୍କ ପାଇଁ ଛତୁ ଚାଷ ଏକ ରୋଜଗାର ର ପ୍ରକୃଷ୍ଟ ମାଧ୍ୟ୍ୟମ ବୋଲି ବୁଝାଇଥିଲେ । କାର୍ଯ୍ୟକ୍ରମ କୁ ଲୋଇସିଂହା ବ୍ଲକ ଅନ୍ତର୍ଗତ ଗୋପାଳପୁରର ୪୫ଜଣ ସ୍ୱୟଂ ସହାୟକ ଦଳର ସଦସ୍ୟ ଭାଗ ମଧ୍ୟ ନେଇଥିଲେ ।

Advertisement