ମୋହନା,୧୩/୦୨/୨୧(ମୋହନ ଗୌଡ଼) : ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ତାରିଖ ଓ ସୂଚନା ଅନୁଯାୟୀ ଗୁରୁବାର ଦିନ ମୋହନା ବ୍ଳକର ଦୁଇଟି ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ପାଇଁ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇ ବେସରକାରୀ ଭାବେ ଶୁକ୍ରବାର ଫଳାଫଳ ଘୋଷଣା ହୋଇଛି । ସ୍ଥାନୀୟ ବ୍ଳକ୍ କାର୍ଯ୍ୟାଳୟ ସମିତି ସଭାଗୁହରେ ସକାଳ ୭ ଟାରୁ ଭୋଟ ଗଣତି କାର୍ଯ୍ୟକ୍ରମ ଆରମ୍ଭ, ହୋଇଥିଲା । ୪ଟି ଟେବୁଲରେ ଭୋଟ ଗଣତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶିକ୍ଷକ ଦିବାକର ନାୟକ, ଦଣ୍ତପାଣି ରଇତ, କବିରାଜ ମଳିକ, ରମେଶ ଚନ୍ଦ୍ର ଦଳାଇ, ପ୍ରହ୍ଲାଦ ମିଶାଲ, ଶୁସାନ୍ତ କୁମାର ଶତପଥୀଙ୍କ ଦ୍ଵାରା ଭୋଟ ଗଣତି କରାଯାଇଥିଲା । ପାଣିଗଣ୍ଡା ସରପଞ୍ଚ ପଦବୀ ପାଇଁ ଆଶାୟୀ ପ୍ରାର୍ଥୀ ଯୀଶାୟ ଶବର ୧୧୨୬ଖଣ୍ଡ ଭୋଟ ପାଇଥିବାବେଳେ ନିକଟତମ ପ୍ରତିଦ୍ଵନ୍ଦୀ ଥିଓ ପିଲ ଗମାଙ୍ଗ ୧୦୮୨ ଖଣ୍ଡ ଭୋଟ ପାଇଥିଲେ। ଯୀଶାୟ ଥିଓପିଲଙ୍କଠାରୁ ୪୪ଖଣ୍ଡ ଅଧିକା ଭୋଟ ପାଇ ବିଜୟୀ ହୋଇଥିଲେ । ସେହିଭଳି କଟାମା ପଞ୍ଚାୟତରେ ଅନୁଷ୍ଠିତ ସରପଞ୍ଚ ଉପନିର୍ବାଚନରେ ମାର୍ଥା ମଳିକ ୮୦୨ ଖଣ୍ଡ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ଵନ୍ଦୀ ସଫିରା ପାଟମାଝୀ ୭୫୨ ଖଣ୍ଡ ଭୋଟ ପାଇଥିଲେ । ମାର୍ଥା ନିକଟତମ ପ୍ରତିଦ୍ଵନ୍ଦୀ ସଫିରାଙ୍କଠାରୁ ୫୦ ଖଣ୍ଡ ଅଧିକ। ଭୋଟ ପାଇ ବିଜୟୀ ହୋଇଥିଲେ । ପ୍ରକାଶ ଥାଉକି, ପାଣିଗଣ୍ଡା ସରପଞ୍ଚଙ୍କ ଆକାଳ ବିୟୋଗ ଏବଂ କଟାମା ସରପଞ୍ଚଙ୍କ ବିରୋଧରେ ୱ।ର୍ଡ଼ ସଭ୍ୟ/ସଭ୍ୟାଙ୍କ ଅନାସ୍ଥା ପ୍ରସ୍ତାବ ଯୋଗୁ କିଛି ମାସ ଧରି ଉଭୟ ପଞ୍ଚାୟତରେ ସରପଞ୍ଚ ପଦବୀ ଖାଲି ପଡ଼ିଥିଲା। ୧୧ ତାରିଖ ସକାଳ ୭ ଟାରୁ ୧୨ ଘଣ୍ଟ ପର୍ଯ୍ୟନ୍ତ ଉଭୟ ପଞ୍ଚାୟତର ଭୋଟ ଦାନ କେନ୍ଦ୍ରରେ ଭୋଟରମାନେ ମତ ସାବ୍ୟସ୍ତ କରିଥିଲେ।ପାଣିଗଣ୍ଡା ପଞ୍ଚାୟତରେ ୧୬ଟି ବୁଥରେ ୨୮୫୬ ଭୋଟର ରହିଥିବା ବେଳେ କଟାମା ପଞ୍ଚାୟତରେ ୨୧୬୮ ଭୋଟର ରହିଛନ୍ତି। । ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଅଧିକାରୀମାନେ ନିଷ୍ଠାର ସହ ନିଜ କାର୍ଯ୍ୟ ସମାପନ କରିଥିଲେ । ନିର୍ବାଚନ ଅଧିକାରୀ ତଥା ବିଡିଓ ବଂଶୀଧର ଖୋସ୍ଲା ନିର୍ବାଚନ କାର୍ଯ୍ୟକ୍ରମକୁ ତଦାରଖ କରିଥିବାବେଳେ ଜିପିଇଓ ନରସିଂହ ମାଣ୍ଡାଙ୍ଗୀ ଓ ମୁଖ୍ୟ କିରାଣୀ ବେଣୁଧର ପ୍ରମୁଖ ଉପସ୍ଥିତ ଥିଲେ ।