ମୋହନା,୧୨/୦୨/୨୧(ମୋହନ ଗୌଡ଼) : ରାଜ୍ୟ ଉପ ନିର୍ବାଚନ ଅଧିକାରୀଙ୍କ ତାରିଖ ଓ ସୂଚନା ଅନୁଯାୟୀ ଗୁରୁବାର ଦିନ ମୋହନା ବ୍ଳକର ଦୁଇଟି ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ପାଇଁ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି । କେବଳ ଫଳାଫଳକୁ ଅଞ୍ଚଳବାସୀ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ପାଣିଗଣ୍ଡା ସରପଞ୍ଚଙ୍କ ଆକାଳ ବିୟୋଗ ଏବଂ କଟାମା ସରପଞ୍ଚଙ୍କ ବିରୋଧରେ ୱ।ର୍ଡ଼ ସଭ୍ୟ/ସଭ୍ୟାଙ୍କ ଅନାସ୍ଥା ପ୍ରସ୍ତାବ ଯୋଗୁ କିଛି ମାସ ଧରି ଉଭୟ ପଞ୍ଚାୟତରେ ସରପଞ୍ଚ ପଦବୀ ଖାଲି ପଡ଼ିଥିଲା । ୧୧ ତାରିଖ ସକାଳ ୭ଟାରୁ ୧୨ ଘଣ୍ଟ ପର୍ଯ୍ୟନ୍ତ ଉଭୟ ପଞ୍ଚାୟତର ଭୋଟ ଦାନ କେନ୍ଦ୍ରରେ ଭୋଟରମାନେ ମତ ସାବ୍ୟସ୍ତ କରିଥିଲେ । ପାଣିଗଣ୍ଡା ପଞ୍ଚାୟତରେ ୧୬ଟି ବୁଥରେ ୨୮୫୬ ଭୋଟର ରହିଥିବା ବେଳେ ୨୩୭୦ ଓ କଟାମା ପଞ୍ଚାୟତରେ ୨୧୬୮ ଭୋଟରଙ୍କ ମଧ୍ୟରୁ ୧୫୯୦ ଭୋଟର ମତ ସାବ୍ୟସ୍ତ କରିଥିଲେ । ମୋଟାମୋଟି ଭାବେ ଉଭୟ ପଞ୍ଚାୟତରେ ୭୦ରୁ ୭୫ ଶତକଡ଼ା ଭୋଟର ମତଦାନ କରିଥିଲେ । ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଅଧିକାରୀମାନେ ନିଷ୍ଠାର ସହ ନିଜ କାର୍ଯ୍ୟ ସମାପନ କରିଥିଲେ । ବିଡ଼ିଓ ବଂଶୀଧର ଖୋସ୍ଲା, ଅଡ୍ବା ଆଇଆଇସି ଆନନ୍ଦ ଚନ୍ଦ୍ର ପାତ୍ର, ମୋହନା ଆଇଆଇସି ସୁଜିତ୍ର କୁମାର ନାୟକ ଓ ଉଭୟ ଥାନାର କର୍ମଚାରୀଙ୍କ ଦ୍ୱାରା ଶାନ୍ତି ଶୁଙ୍ଖଳାର ସହ ଉପ ନିର୍ବାଚନ(ଭୋଟଦାନ) କାର୍ଯ୍ୟ ଶେଷ ହୋଇଥିଲା । ଶୁକ୍ରବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ ଏବଂ ପ୍ରଶାସନ ପକ୍ଷରୁ ୧୫ ତାରିଖରେ ଫଳାଫଳ ଘୋଷଣା କରାଯିବା ବୋଲି ଜିପି ଇଓ ନରସିଂହ ମାଣ୍ଡାଙ୍ଗୀ ସୂଚନା ଦେଇଛନ୍ତି ।
