ବଲାଙ୍ଗୀର,୧୧/୦୨/୨୧(ସୁନୀଲ ତ୍ରିପାଠୀ) : ଆଜି ବଲାଙ୍ଗୀର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର PD,DRDA ଦେଓଗାଁ ବ୍ଲକ ଅନ୍ତର୍ଗତ ଦେଷଣ୍ଢ ଗ୍ରାମରେ ଅବସ୍ଥିତ ଚାନ୍ଦିଲି ପାହାଡ଼ ପରିଦର୍ଶନ କରିଥିଲେ । ପରିଦର୍ଶନ କରିବା ପରେ ଏହି ପାହାଡ଼ ସମ୍ପର୍କିତ ଏକ ରିପୋର୍ଟ ପ୍ରସ୍ତୃତ କରିବେ ବୋଲି PD,DRDA କହିଛନ୍ତି । ଏହି ପାହାଡ଼କୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବା ପାଇଁ ଦୀର୍ଘ ଦିନରୁ ଦାବି ହେଇ ଆସୁଛି । କିଛି ଦିନ ପୂର୍ବରୁ ଏହି ପାହାଡ଼କୁ ପର୍ଯ୍ୟଟନ ସ୍ଥଳ ଭାବରେ ଚିହ୍ନଟ କରିବା ପାଇଁ ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ । ଏହି ପାହାଡ଼ ବିଷୟରେ ଜିଲ୍ଲା ସ୍ତରୀୟ କମିଟିର ଅନୁମୋଦନ କ୍ରମେ ଏକ ସର୍ଭେ ରିପୋର୍ଟ ପ୍ରଦାନ କରିବାକୁ ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଚିଠିରେ ଉଲ୍ଲେଖ କରିଥିଲେ । ଏହି କ୍ରମରେ ଆଜି ବଲାଙ୍ଗୀର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର PD,DRDA ଦେଷଣ୍ଢ ଗ୍ରାମରେ ଅବସ୍ଥିତ ଚାନ୍ଦିଲି ପାହାଡ଼ ପରିଦର୍ଶନ କରିଥିଲେ । ପରିଦର୍ଶନ କରିବା ପରେ ଏହି ପାହାଡ଼ ସମ୍ପର୍କିତ ଏକ ରିପୋର୍ଟ ପ୍ରସ୍ତୃତ କରିବେ ବୋଲି PD,DRDA କହିଛନ୍ତି । ପରିଦର୍ଶନ ସମୟରେ PD,DRDA ଙ୍କ ବ୍ୟତୀତ ଦେଓଗାଁ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରୀନା ମେହେର ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ଲକ୍ଷ୍ମଣ ମେହେର ମଧ୍ୟ ଉପସ୍ଥିତ ଥିଲେ । ଏହି ପରିଦର୍ଶନ ପରେ ଖୁବ ଶୀଘ୍ର ଏହି ପାହାଡ଼ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇବ ବୋଲି ଅଞ୍ଚଳବାସୀଙ୍କ ମନରେ ଆଶା ସଞ୍ଚାର ହେଇଛି ।
