ମୋହନା,୦୮/୦୨/୨୧(ମୋହନ ଗୌଡ଼) : ସ୍ଥାନୀୟ ହାଇ ସ୍କୁଲ ଛକ ଠାରେ ବାସ କରୁଥିବା ଦୁଇ ବୁଦ୍ଧା ଲକ୍ଷ୍ମୀ ସାହୁ(୬୦) ଓ ମାୟାବତୀ ସାହୁ(୭୫) ସାନ୍ଧ୍ୟ କାଳୀନ ଭ୍ରମଣ ସାରି ନିଜ ଗୃହକୁ ଫେରୁଥିବାବେଳେ ମୋହନା ନିକଟସ୍ଥ ସବଷ୍ଟେସନ ଛକଠାରେ ଏକ ଅଜଣା କାର ଉଭୟଙ୍କୁ ଧକ୍କାଦେଇ ଅଡ୍ବା ରାସ୍ତାରେ ଛୁ ମାରିଥିଲା। ଘଟଣାସ୍ଥଳରେ ଉଭୟେ ଛିଟିକି ପଡ଼ିବା ସହିତ ଲକ୍ଷ୍ମୀଙ୍କର ଛାତି ଓ ଗୋଡ଼ରେ ଗଭୀର ଆଘାତ ଲାଗିବା ସହ ମାୟାବତୀଙ୍କର ମୁଣ୍ଡ, ମୁହଁ, କଚ଼ି ଏବଂ ଗୋଡ଼ ଭାଙ୍ଗିଯାଇଛି। ଉଭୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଏକ ଅଟେ। ଯୋଗେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେମାନଙ୍କର ପ୍ରାଥମିକ ଚିକିତ୍ସା କରାଯିବା ପରେ ଉଭୟେ ଗୁରୁତର ଥିବାରୁ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ଦୁର୍ଘଟଣା ଘଟାଇ କାରଟି କେଉଁଆଡ଼େ ଚମ୍ପଟ ମାରିଛି । ଫୁଲିସ୍ ଅନୁସନ୍ଧାନ ଜାରୀ ରଖିଛି ।
