ପାରଳାଖେମୁଣ୍ଡି,୦୬/୦୨/୨୧( ପ୍ରଭାତ କୁମାର ପାତ୍ର) : ପାରଳାଖେମୁଣ୍ଡି ସ୍ଥିତ ଟାଉନ ହଲ ଠାରେ ଆଜି କରୋନା ଟିକାକରଣର ଦ୍ଵିତୀୟ ପର୍ଯ୍ୟାୟ ତଥା କରୋନାର ସମ୍ମୁଖ ଯୋଦ୍ଧା ମାନଙ୍କୁ କୋଭିଡ-୧୯ ଟୀକାକରଣ’ର ଜିଲ୍ଲାସ୍ତରୀୟ ଶୁଭାରମ୍ବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଶ୍ରୀ ଅନୁପମ ସାହା ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ତପନ କୁମାର ପଟ୍ଟନାୟକ ମିଳିତ ଭାବେ ଶୁଭାରମ୍ଭ କରିଥିଲେ । ପ୍ରଥମେ , କୋଭିଡ ଯୋଦ୍ଧା ମାନଙ୍କ ମଧ୍ୟରୁ ଆରକ୍ଷୀ ଅଧିକ୍ଷକ ଶ୍ରୀ ତପନ କୁମାର ପଟ୍ଟନାୟକ ଏବଂ ଉପଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା କୋଭିଡ ଟୀକା ନେଇଥିଲେ । ଏ ସମ୍ପର୍କରେ ଜିଲ୍ଲାପାଳ ଶ୍ରୀ ଅନୁପମ ସାହା , ସାମ୍ବାଦିକ ମାନଙ୍କୁ ଅଧିକ ସୂଚନା ଦେଇ କହିଛନ୍ତି ଯେ , ଦ୍ଵିତୀୟ ପର୍ଯ୍ୟାୟରେ ଫ୍ରଣ୍ଟ-ଲାଇନ କୋଭିଡ ଯୋଦ୍ଧା ମାନଙ୍କ ଟୀକାକରଣ ପ୍ରକ୍ରିୟା କାର୍ଯ୍ୟକ୍ରମ ଆଜିଠାରୁ ଏଠାରୁ ଆରମ୍ଭ ହୋଇଯାଇଛି । ଏହିଭଳି ଟୀକାକରଣ ପ୍ରକ୍ରିୟା କାର୍ଯ୍ୟକ୍ରମ ସମସ୍ତ ବ୍ଲକରେ ଅନୁଷ୍ଠିତ କରାଯିବ । ଯେଉଁ ମାନେ ଟୀକା ନେବେ , ପୂର୍ବରୁ ସେମାନଙ୍କ ପୋର୍ଟାଲ ପଞ୍ଜୀକରଣ ହୋଇଛି , ଏହି କୋଭିଡ ଟୀକାକରଣ ପାଇଁ ଯେଉଁ ମାନଙ୍କୁ ମୋବାଇଲ ଯୋଗେ ମେସେଜ ଆସୁଛି , ସେମାନେ ହିଁ ଏହି ଟୀକା ନେଉଛନ୍ତି । ପ୍ରତିଦିନ ଏହା ଅନ୍ୟୁନ ୧୦୦ ଜଣ ଫ୍ରଣ୍ଟ-ଲାଇନ କୋଭିଡ ଯୋଦ୍ଧାଙ୍କୁ ଏହି କୋଭିଡ଼ ଟୀକା ଦେବା ପାଇଁ ବ୍ୟବସ୍ଥା ହୋଇଛି ବୋଲି କହିଥିଲେ ।
ଆଜିର ଏହି କୋଭିଡ ଟୀକାକରଣ କାର୍ଯ୍ୟକ୍ରମରେ ଜିଲ୍ଲାର ସଦର ମହାକୁମା ପାରଲାଖେମୁଣ୍ଡି ସମେତ ସମସ୍ତ ବ୍ଲକର ୯ ଗୋଟି ସ୍ଥାନରେ ୨ ହଜାର ୯୫୭ ଜଣ ଫ୍ରଣ୍ଟ-ଲାଇନ କୋଭିଡ ଯୋଦ୍ଧାଙ୍କୁ ଟୀକାକରଣ କରାଯିବାର ଲକ୍ଷ ରଖାଯାଇଛି । ଟାଉନହଲ ଠାସରେ ଅନୁଷ୍ଠିତ ତିକସ୍କାରଣ କାର୍ଯ୍ୟକ୍ରମରେ ପ୍ରାୟ ୧୮୪ ଜଣ ଫ୍ରଣ୍ଟ-ଲାଇନ କୋଭିଡ ଯୋଦ୍ଧା କୋଭିଡ ଟିକସ ନେଇଥିବା ଜଣାଯାଇଛି । ଆଜି କୋଭିଡ ଟୀକାକରଣର ଦ୍ଵିତୀୟ ପର୍ଯ୍ୟାୟ’ରେ କମାନଡେଣ୍ଟ ଜୁରିଆ ବେହେରା , ଅତିରିକ୍ତ ଏସପି ସିତଶ୍ରାମ ଶତପଥୀ , ଡିଏସପି ରାମକୃଷ୍ଣ ପତି , ଆଦର୍ଶ ଥାନା ଆଇଆଇସି ବେବେକାନନ୍ଦ ସ୍ବାଇଁ ଏବଂ ପ୍ରଶାସନିକ ଅଧିକାଶରୀ ମାନଙ୍କ ମଧ୍ୟରେ ଆଇଟିଡିଏ ପିଏ ସରୋଜ କୁମାସର ବେହେରା , ଅତିରିକ୍ତ ଉପଜିଲ୍ଲାପାଳ ଶେଷଦେଵ ମିଶ୍ର, ପାରଳା ପୈାରପରିଷଦ ନିର୍ବାହ ଅଧିକାରୀ ଅଶୋକ କୁମାର ରାଉତଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ ପ୍ରଶାସନିକ ଓ ପୋଲିସ ଅଧିକାରୀ ଓ କର୍ମଚାରି ମାନେ କୋଭିଡ ଟୀକା ନେଇଥିଲେ ।