କନ୍ଧମାଳକୁ ଦିନିକିଆ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପ ଉଦଘାଟନ କଲେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା

113
ADVERTISEMENT

କନ୍ଧମାଳ,୦୩/୦୨/୨୧ (ଡ଼ି.ଏଚ/ବ୍ୟୁରୋ) : ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ଦିନିକିଆ କନ୍ଧମାଳ ଗସ୍ତରେ ଯାଇଛନ୍ତି। କ.ନୂଆଗାଁ ବ୍ଲକ ଡାମେରିକିଆଠାରେ ନିର୍ମିତ ହୋଇଥିବା ଜନଜାତି ସଂସ୍କୃତି ପ୍ରଗତି ଯୁବକ ସଂଘ ଗୃହ ଓ କ. ନୂଆଗାଁଠାରେ ନିର୍ମିତ ହୋଇଥିବା ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମକୁ ଉଦଘାଟନ କରିଛନ୍ତି । ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁରଙ୍କ ନେତୃତ୍ବରେ ଏକ ବାଇକ ରାଲି ଓ ପାରମ୍ପରିକ ନାଚ ଗୀତ ମାଧ୍ୟମରେ ମନ୍ତ୍ରୀଙ୍କୁ ସ୍ଵାଗତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ସୁଲୋଚନା ଦଳବେହରା ସମେତ ସ୍ଥାନୀୟ ସରକାରୀ ଅଧିକାରୀ ଓ ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ।

Advertisement