ବଲାଙ୍ଗୀରରେ ୭୨ ତମ ଜିଲ୍ଲା ସ୍ଥରୀୟ ସାଧାରଣତନ୍ତ୍ର ଦିବସ ପାଳିତ

166
ADVERTISEMENT

ବଲାଙ୍ଗୀର,୨୮/୦୧/୨୧ (ସୁନୀଲ ତ୍ରିପାଠୀ) : ବଲାଙ୍ଗୀର ମନୋହର ପୁର ପୋଲିସ ପଡ଼ିଆ ରେ ୭୨ ତମ ସାଧାରଣତନ୍ତ୍ର ଦିବସ ମହା ଆଡମ୍ଵର ସହ ପାଳିତ ହୋଇଯାଇଛି । ତେବେ ଏହି ଅବସରରେ ବଲାଙ୍ଗୀର ଜିଲ୍ଲା ପାଳ ଚଞ୍ଚଲା ରାଣା,ଆରକ୍ଷୀ ଅଧିକ୍ଷକ ଶ୍ରୀ ତାଗଡୁ, ଏସ,ଡ଼ି, ପି,ଓ, ଶ୍ରୀମନ୍ତ ବାରିକ,ଟାଉନ ଥାନା ଆଇ,ଆଇ,ସି,ସଂଗ୍ରାମ କେଶରୀ ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ ଉପସ୍ଥିତ ଥିବାବେଳେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ସ୍କୁଲ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଯୋଗ ଦେଇଥିଲେ । ଏବଂ ଜାତୀୟ ପତାକା ଉତ୍ତଳନ କରିବା ସହ ସମସ୍ତ ଦେଶ ବାସୀଙ୍କୁ ଉଦବୋଧନ ଦେଇଥିଲେ । ଯେଉଁଥିରେ ୭୨ତମ ସାଧାରଣ ତନ୍ତ୍ର ଦିବସର ହାର୍ଦିକ ଶୁଭ କାମନା ଦେବା ସହ ସ୍ବାଧୀନତା ସଂଗ୍ରାମୀଙ୍କ ବଳିଦାନ ଏକ ଅଭୁଲା ସ୍ମୃତି ଏବଂ ତାଙ୍କ ପାଇଁ ଆଜି ଆମେ ୭୨ ତମ ସାଧାରଣ ତନ୍ତ୍ର ଦିବସ ପାଳନ କରୁଛୁ ଯାହା ଆମ ସମସ୍ତ ଦେଶ ତଥା ଭାରତ ବାସୀ ଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ତାଙ୍କର ଏହି ବଳିଦାନ ଆମ ସମସ୍ତଙ୍କ ପାଇଁ ଉତ୍ସର୍ଗର ମାଧ୍ୟମ ସାଯିବ ଓ ଅଭୁଲା ସ୍ମୃତି ଭାବେ ପ୍ରେରଣା ଯୋଗାଇବ ଏବଂ ଆମ ସମସ୍ତଙ୍କ ମଧ୍ୟରେ ଜୀବିତ ରହିବ ତେଣୁ ଆଜିର ଦିନରେ ସ୍ବାଧୀନତା ଆଣିଦେଇଥିବା ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କୁ ଅଶ୍ରୁଳ ତଥା ଭକ୍ତି ପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁ । ଓ ତାହା ସହିତ ସମଗ୍ର ଓଡିଶାବାସୀଙ୍କୁ ୭୨ ତମ ସାଧାରଣ ତନ୍ତ୍ର ଦିବସର ଶୁଭେଚ୍ଛା ଜ୍ଞାପନ କରିଥିଲେ ।ଓ ବଲାଙ୍ଗୀର ଜିଲ୍ଲାର ଉନ୍ନତି ପ୍ରଗତି ପାଇଁ ଶୁଭ କାମନା ଜଣାଇଥିଲେ ନିଜ ଅଭିବାଦନ ରେ।ତେବେ କରୋନା କଟକଣା ଯୋଗୁଁ ଏହି ସାଧାରଣତନ୍ତ୍ର ଦିବସରେ ଏପିଆର,ଓ ହୋମଗାର୍ଡ ର୨ଟି ଗ୍ରୁପ ସହ ପୋଲିସ ବେଣ୍ଡ ପାର୍ଟି ଯୋଗ ଦେଇଥିଲେ। କରୋନା କଟକଣାକୁ ଦୃଷ୍ଟିରେ ରଖି ଅଳ୍ପ ସଂଖ୍ୟାରେ କରୋନା ଯୋଦ୍ଧା,କିଛି ସହରର ଗଣମାନ୍ୟ ବ୍ୟକ୍ତି,ଉଚ୍ଚ ପ୍ରଶାସନିକ ଅଧିକାରୀଙ୍କ ସହ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ। ସେପଟେ ଆଜି ସକାଳୁ ଗାନ୍ଧୀ ନଗର ପଡ଼ା ସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ,ଡ଼ଃ ବି,ଆର, ଆମ୍ବେଦକର ପ୍ରତିମୂର୍ତ୍ତି, ଗାନ୍ଧୀ ଭବନ ସମ୍ମୁଖସ୍ଥ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଓ ଶିଶୁ ଉଦ୍ୟାନ ନିକଟସ୍ଥ ଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତ୍ତିମୂର୍ତ୍ତୀରେ ମାଲ୍ୟପ୍ରଣ କରାଯାଇଥିଲା।ସେହିପରି ଏହି ଅବସରରେ ୭୨ ତମ ସାଧାରଣ ତନ୍ତ୍ର ଦିବସକୁ ବିଭିନ୍ନ ସରକାରୀ,ବେସରକାରୀ,ଅନୁଷ୍ଠାନ,ଶିକ୍ଷାନୁଷ୍ଠାନ ଗୁଡିକରେ ଜାତୀୟ ପତାକା ଉତ୍ତଳନ ହୋଇଥିଲା।

Advertisement