ଭାରସାମ୍ୟ ହରାଇ ବାଇକ ଚାଳକଦୁର୍ଘଟଣା ଗ୍ରସ୍ତ ଓ ମୃତ 

147
ADVERTISEMENT

ମୋହନା,୨୬/୦୧/୨୧ (ମୋହନ ଗୌଡ଼) : ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ସଡ଼କ ସୁରକ୍ଷା ନିମନ୍ତେ ବାରମ୍ବାର  ଜନ ସଚେତନତା ସୃଷ୍ଟି କରାଯାଉଥିଲେ ମଧ୍ଯ ମୋହନା ବ୍ଲକ ଅଞ୍ଚଳରେ ସଡ଼କ ଦୁର୍ଘଟଣା ଥମିବାର ନା ଧରୁନି । ସୋମବାର ସକାଳ ପ୍ରାୟ ୯ଟା ସମୟରେ ଦିଗପହଣ୍ଡି ଥାନା ଅନ୍ତର୍ଗତ ଚାଞ୍ଚଡାପଲ୍ଲୀ ଗ୍ରାମର ଶଙ୍କର ସ୍ୱାଇଁ (୩୧)ଏକ ହିରୋ ହଣ୍ଡା ଡିଲେକ୍ସ ବାଇକି ନଂ-(ଓଡ଼ି ୦୭ ଆର ୩୧୬୮)ରେ ନିଜ ଇଟାଭାଟି ପାଇଁ କୁଣ୍ଡା ନେବା ସକାଶେ ମୋହନା ଅଞ୍ଚଳକୁ ଆସୁଥିଲେ । ସେ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚାଳନା କରୁଥିବା ଯୋଗୁଁ ଭାରସାମ୍ୟ ହରାଇ ମୋହନା ଥାନା ଅନ୍ତର୍ଗତ ପଥରଗଡ଼ ନିକଟ ବୁଲାଣି ଠାରେ ରାସ୍ତା କଡ଼କୁ ଛିଟିକି ପଡ଼ିଥିଲେ । ସେ ମୁମୁର୍ଷୁ ଅବସ୍ଥାରେ ପଡ଼ିଥିବା ବେଳେ ଅଡବା ସ୍ୱାସ୍ଥ୍ୟକେନ୍ଦ୍ରର ୧୦୮ ଆମ୍ବୁଲାନ୍ସ ଉଦ୍ଧାର କରି ମୋହନା ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିବା ପରିବର୍ତ୍ତେ ଦ୍ଵରାନ୍ତରେ ରହିଥିବା ଚନ୍ଦ୍ରଗିରି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲା । ଡାକ୍ତର ଶଙ୍କରକୁ ମୃତ ଘୋଷଣା କରିଥିଲେ ।

Advertisement