ମୋହନା,୧୮/୦୧/୨୧(ମୋହନ ଗୌଡ଼) : ଅଯୋଧ୍ୟାରେ ନିର୍ମାଣ ହେବାକୁ ଯାଉଥିବା ଶ୍ରୀରାମଙ୍କ ଭବ୍ୟ ମନ୍ଦିର ପାଇଁ ମୋହନା ଠାରେ ନିଧି ସଂଗ୍ରହ ଅଭିଯାନର ଶୁଭାରମ୍ଭ ହୋଇଯାଇଛି । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଦିଆଯାଇଥିବା କୁପନ(ରସିଦ) ମାଧ୍ୟମରେ ନିଧି ସଂଗ୍ରହ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଗାଁ ମୁଖିଆ ପ୍ରତାପ ପାତ୍ର ଦୀପ ପ୍ରଜ୍ଜ୍ଵଳନ କରି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବିଶ୍ଵ ହିନ୍ଦୁ ପରିଷଦ, ରାଷ୍ଟ୍ରିୟ ସ୍ଵୟଂସେବକ ସଂଘ, ବିଭିନ୍ନ ଜାତିର ମୁଖିଆ, ବିଜେପି,ଶିକ୍ଷା ବିକାଶ ସମିତି ଆଦିର ସଦସ୍ୟ ମାନେ ମୋହନା ସହରର ପ୍ରତ୍ୟକ ସାହି ପରିକ୍ରମା କରି ଘର ଘର ବୁଲି ୧ ଲକ୍ଷ ୪୫ ହଜାର ୫ ଶହ ୫୧ ଟଙ୍କା ନିଧି ସଂଗ୍ରହ କରି ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ନ୍ୟାୟାସକୁ ପ୍ରେରଣ କରିଥିଲେ। ଏହି ଅଭିଯାନ ୧୫ ଦିନ ଧରି ମୋହନା ବ୍ଳକର ପୁରପଲ୍ଲିରେ ଚାଲୁରହିବ। ଏହି କାର୍ଯ୍ୟକ୍ରମରେ ତରଣୀସେନ ଦାଶ, ଶିବରାମ ସୁଆର, ବଙ୍ଗାଳି ଜାନୀ, ପ୍ରଶାନ୍ତ ସୁବୁଦ୍ଧି, ଭାସ୍କର ଜାନୀ, ପୂଜ୍ୟ ଦାସୁଲୁ ବାବା, ରଂଜନ ସାହୁ, ଚନ୍ଦନ ପାଣିଗ୍ରାହୀ, ଅଜିତ କୁମାର ପାତ୍ର, ମଧୁସୂଦନ ପାଢି, ରବିନ୍ଦ୍ର ନାରାୟଣ ପାଢି, ପପୁ ସାମଲ, ଜିନୁ ପାତ୍ରଙ୍କ ସମେତ ଏମକେସିଜି ଯୁବକ ସଂଘର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ ।