ଜଳିଗଲା ବସ ଅଳ୍ପକେ ବର୍ତିଲେ ଯାତ୍ରୀ

146
ADVERTISEMENT

କନ୍ଧମାଳ,୧୧/୦୧/୨୧(ସୁରେଶ କୁମାର ପଣ୍ଡା) : କନ୍ଧମାଳ ଜିଲ୍ଲା ଜାତୀୟ ରାଜପଥ ଏ.ଚ ୫୯ରେ ଏକ ବସରେ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଛି । ଏଭଳି ଘଟଣା ବାଲିଗୁଡ଼ା ଥାନା ଅନ୍ତର୍ଗତ ଦାରିଙ୍ଗବାଡି ଛକ ଠାରେ ଠାରେ ଦେଖିବାକୁ ମିଳିଛି । ରୁଦ୍ରକାଳୀ ନାମକ ଏକ ଘରୋଇ ବସ ଏମ ରାମପୁର ଠାରୁ ଭଞ୍ଜନଗର ଅଭିମୁଖେ ଯିବାବେଳେ ହଠାତ ବସରେ ସଟ ସର୍କିଟ ଯୋଗୁଁ ନିଆଁ ଲାଗିଯାଇ ଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ବାଲିଗୁଡ଼ା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଳ୍ପକେ ବର୍ତିଲେ ଯାତ୍ରୀ କୌଣସି ଅସୁବିଧା ହୋଇନଥିବା ଜଣା ପଡ଼ିଛି ।

Advertisement