ପାରଳାଖେମୁଣ୍ଡି,୦୮/୦୧/୨୧(ପ୍ରଭାତ କୁମାର ପାତ୍ର) :ଗଜପତି ଜିଲ୍ଲାର ଏକମାତ୍ର ବିଜ୍ଞାପିତ ଅଞ୍ଚଲ ପରିଷଦର ଦ୍ଵିତୀୟ ସହର ୧୯୩୪ ମସିହାରେ ଏହି ବିଜ୍ଞାପିତ ସହର ମାନ୍ୟତା ପାଇଥିଲା । ଆଜିକୁ ପ୍ରାୟ ୪୮ ବର୍ଷ ହେଲାଣି ଗଠିତ ଏହି ଏନଏସି ବିକାଶ ଠାରୁ ବହୁ ଦୁରରେ l ବର୍ତ୍ତମାନ ସୁଧା ଏନ.ଏ.ସିର ନିଜସ୍ଵ କାର୍ଯ୍ୟଳୟ ଗୃହ ନାହିଁ l କଲ୍ୟାଣମଣ୍ଡପର ଉପର ମହଲାରେ ବର୍ତ୍ତମାନ କାର୍ଯ୍ୟ ସମ୍ପାଦନା ହେଉଛି । ନିଜସ୍ଵ ବସଷ୍ଟେଣ୍ଡ ନାହିଁ ଛୋଟିଆ ଗୋଟେ ଯାଗାରେ ବସଷ୍ଟେଣ୍ଡ ଅଛି l ଯେଉଁଠି କି ବସ ବୁଲାଇବା ପାଇଁ ଜାଗାର ଅଭାବ ରହିଛି l କାରଣ ଉଠା ଦୋକାନି ମାନେ ସେହିଜାଗାକୁ ଅକ୍ତିଆର କରି ରଖିଛନ୍ତି । ଶାସକ ଦଳର ଅକ୍ତିଆରରେ ଦୀର୍ଘଦିନ କାଉଂସିଲ ଗଠିତ ହୋଇମଧ୍ୟ ଉନ୍ନୟନ ହୋଇପାରିନାହିଁ | ସରକାର ଏନ.ଏ.ସିକୁ ପାଠାଗାର ନିର୍ମାଣ , ପାର୍କ ନିର୍ମାଣ ,ସୁଲଭ ଶୌଚାଳୟ ତିଆରି , ବରିଷ୍ଟନାଗରିକ ବସିବାପାଇଁ ଗୃହ , ଟାଉନହଲ ପାଇଁ ଅର୍ଥମଞ୍ଜୁରୀ ହୋଇଥିଲେ ମଧ୍ୟ ଆଜିସୁଧା ତାହା କାର୍ଯ୍ୟକାରି ହୋଇପାରିଲାନାହିଁ । ଏନ.ଏ.ସି ର କେତେକ ଦୋକାନଘର ବଜାର ଓ ବ୍ଲକ ଛକ ଠାରେ ନିର୍ମାଣ କରାଯାଇ କୋଣସି ଲୋକଙ୍କୁ ଭଡା ଦିଆନଯାଇ ସରକାରଙ୍କ ବହୁ ରାଜସ୍ଵ ନଷ୍ଟ ହେବାସହ ଦୋକାନଗୃହ ନଷ୍ଟ ହେବାରେ ଲାଗିଛି । ସୋମୟାପେଟା ପୋଖରୀକୁ ସୁନ୍ଦରକରଣ ଓ ପାର୍କ ନିର୍ମାଣ କାମ ଓ ବ୍ଲକ ଛକ ଠାରେ ଥିବା ତିନି କୋଣିଆ ବଗିଚାରେ ମହାପୁରୁଷଙ୍କ ମୂର୍ତ୍ତିସ୍ତାପନ କରାଯାଇପାରୁନାହିଁ । ରାସ୍ତାଘାଟର ଅବସ୍ତା କହିଲେ ନସରେ ଖାଲ ଖମାମରେ ଭର୍ତ୍ତି । ଦୀର୍ଘଦିନ ହେଲା ମଶାମରା ଟିଫା ମିଶିନ କାର୍ଯ୍ୟରେ ନଲାଗି ଖତଗଦାରେ ପଡିଛି । କାଶିନଗର ବିଜ୍ଞାପିତ ଅଞ୍ଚଳର ୧୩ଗୋଟି ୱାର୍ଡର ଅଧିକାଂଶ ୱାର୍ଡରେ ଜଳ ନିଷ୍କାସନ ପାଇଁ ନାଳର ସୁବଧା ନାହିଁ । ଅଳ୍ପ ବର୍ଷାରେ ରାସ୍ତା ଉପରେ ଜଳ ପ୍ରଭାହିତ ହେଉଛି । ସବୁଠାରୁ ବଞ୍ଚିତ ଏହି ସହରକୁ ନଗର ଉନ୍ନୟନ ବିଭାଗ ଦୃଷ୍ଟି ଦେବାପାଇଁ ବହୁ ବୁଦ୍ଧି ଜୀବିଙ୍କ ଦାବି ।