ପାରଳାଖେମୁଣ୍ଡି,୦୮/୦୧/୨୧(ପ୍ରଭାତ କୁମାର ପାତ୍ର) : ମଣ୍ଡିରେ ଧାନ କିଣା ସହ ଜିଲ୍ଲାରେ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ଚାଷୀ । ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବହୁ ଚାଷୀ ପ୍ରତିନିଧି ଜିଲ୍ଲା କାର୍ଯ୍ୟାଳୟରେ ପହଞ୍ଚି ଚାଷୀ ସମସ୍ୟା ନେଇ ଆଲୋକପାତ କରିଥିଲେ । ଚାଷୀଙ୍କ ସମସ୍ୟା ନେଇ ସାରା ରାଜ୍ୟରେ ଚର୍ଚ୍ଚା ଚାଲିଥିବା ବେଳେ ଗଜପତି ଜିଲ୍ଲାରେ ତଳ ସ୍ତରରେ ଉପୁଜୁଥିବା ଅସୁବିଧା ପାଇଁ ସ୍ବର ଉଠାଇଛନ୍ତି ଚାଷୀ । ବିଶେଷ କରି ଧାନ କିଣାରେ କୋହଳ ନିତି ଆପଣେଇବା ଯେପରି ଧାନରେ ଅଗାଡି ଏବଂ ଓଦା ରହିଥିବା ଦର୍ଶାଇ ମଣ୍ଡି ସହ ସମ୍ପୃକ୍ତ ମିଲ ମାଲିକ ଓଜନରେ କମ୍ ନେଉଥିବା ଅଭିଯୋଗ ସହ ୫000 ରୁ ୭000 ହେକ୍ଟର ଜମିରେ ଜଳସେଚନ ବ୍ୟବସ୍ଥା କରାଯିବା ସହ କୃଷି ସହାୟତା ଯୋଗାଇ ଦେବା ପାଇଁ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି।