ଦୁର୍ବୁର୍ତ୍ତ ନିଆଁ ଲଗାଇ ଜାଳି ଦେଲେ କାର ଓ ବାଇକ

132
ADVERTISEMENT

ପାରଳାଖେମୁଣ୍ଡି,୦୮/୦୧/୨୧(ପ୍ରଭାତ କୁମାର ପାତ୍ର) : ନିଆଁ ଲଗାଇ ଜାଳି ଦେଲେ କାର ଓ ବାଇକ । ଗୋଟିଏ କାର ଓ ଦୁଇଟି ବାଇକକୁ କେହି ଦୁର୍ବୁର୍ତ୍ତ ଜାଳି ଦେଇ ଦେଇଥିବା ଅଭିଯୋଗ । ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଦେବତି ଗ୍ରାମର ଏହି ଘଟଣା। ଏନ .କ୍ରିଷ୍ଣାଙ୍କ ଘର ନିକଟରେ ଥିବା ବାଇକ ଓ କାରକୁ ବିଳମ୍ବିତ ରାତ୍ରିରେ ପୋଡିଦେଇଥିବା ଅଭିଯୋଗ, ଥାନାରେ ମାମଲା ରୁଜୁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଘଟଣା ଭିଆଇଥିବା ଅନୁମାନ କରାଯାଉଛି । ଏନେଇ ତିନି ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଘର ସମ୍ମୁଖରେ ଗାଡ଼ିରେ ନିଆଁ ଲାଗିବା ଦେଖି ଘରୁ ବାହାରକୁ ବାହିରିବା ସମୟରେ ବାଇକ୍ ରେ ତିନି ଜଣ ଦୁର୍ବୃତ୍ତ ସେଠାରୁ ଚାଲିଯାଇଥିଲେ।

Advertisement