ବଲାଙ୍ଗୀର,୦୬/୦୧/୨୧(ସୁନୀଲ ତ୍ରିପାଠୀ) : ବଲାଙ୍ଗୀରରେ ଆଜିଠାରୁ ମନ୍ଦିର, ମସଜିତ, ଚର୍ଚ୍ଚ ଖୋଲିବା ନେଇ ଗାଇଡ଼ ଲାଇନ ଜାରି କଲେ ଜିଲ୍ଲାପାଳ l ଏହା ସହିତ ସାଂସ୍କୃତିକ, ଖେଳ, ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମକୁ ମିଳିଲା ଅନୁମତି l ଧର୍ମାନୁଷ୍ଠାନଗୁଡିକୁ ଆସୁଥିବା ଭକ୍ତ ମାସ୍କ ପିନ୍ଧିବା, ଦୁଇଜଣଙ୍କ ମଧ୍ୟରେ ଛଅ ଫୁଟ ଦୂରତା, ବାରମ୍ବାର ହାତକୁ ସାନିଟାଈଜ କରିବା, ଧର୍ମାନୁଷ୍ଠାନ ଗୁଡିକର ଅଧିକାରୀଙ୍କ ଦ୍ୱାର ପ୍ରବେଶ ଓ ପ୍ରସ୍ଥାନ ପଥରେ ମାର୍କିଙ୍ଗ କରାଯିବ l ପ୍ରବେଶ ପୂର୍ବରୁ ଥର୍ମାଲ ସ୍କାନିଙ୍ଗ କରାଯିବ l ମନ୍ଦିର ପୂଜକ, ଅନ୍ୟାନ୍ୟ ଅଧିକାରୀଙ୍କ ମେଡିକାଲ ଟେଷ୍ଟ କରାଯିବ l ଲକ୍ଷଣ ଥିବା ବ୍ୟକ୍ତି ଭିତରକୁ ପ୍ରବେଶ କରିପାରିବେ ନାହିଁ l ମନ୍ଦିର ମଧ୍ୟରେ ବସିବା ମନା ଥିବାବେଳେ ଭକ୍ତ ଭଗବାନଙ୍କ ପ୍ରତିମୂର୍ତ୍ତିକୁ ମଧ୍ୟ ଛୁଇଁ ପାରିବେ ନାହିଁ l ମନ୍ଦିର ମଧ୍ୟରେ ପ୍ରସାଦ ସେବନ କରିବା ମନା l ସପ୍ତାହରେ ଥରେ ଧର୍ମାନୁଷ୍ଠାନ ଗୁଡିକୁ ସାନିଟାଈଜ କରିବା ପାଇଁ ବନ୍ଦ ରଖାଯିବ l ଷାଠିଏ ବର୍ଷରୁ ଅଧିକ,ଗର୍ଭବତୀ ମହିଳା ଏବଂ ରୋଗାକ୍ରାନ୍ତ ବ୍ୟକ୍ତି କୌଣସି ଧର୍ମାନୁଷ୍ଠାନ, ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରିବେ ନାହିଁ l ନିୟମ ନ ମାନିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ l