ଗଜପତି ,୦୨/୦୧/୨୧(ପ୍ରଭାତ କୁମାର ପାତ୍ର) : ବହୁ ଅପେକ୍ଷାର ଅନ୍ତ ହେବାକୁ ଯାଉଛି , କରୋନା ମହାମାରିକୁ ନେଇ ସାରା ବିଶ୍ୱରେ ଦେଖାଦେଇଥିବା ଆତଙ୍କର ମୁକାବିଲା ପାଇଁ ପ୍ରସ୍ତୁତ ହୋଇଛନ୍ତି ସରକାର । ଏକ ମାତ୍ର ବିକଳ୍ପ ଭାବେ କରୋନା ଟିକାକୁ ସ୍ୱକୃତି ମିଳିବା ପରେ ଏନେଇ ଆରମ୍ଭ ହୋଇଛି ପ୍ରକିୟା । ସରକାରଙ୍କ ନିଷ୍ପତି ପ୍ରକାରେ ସମସ୍ତ ଜିଲ୍ଲା ଭଳି ଗଜପତି ଜିଲ୍ଲାରେ ମଧ୍ୟ ଡ୍ରାୟ ରନ ବା ମଗଡ୍ରିଲର ଆରମ୍ଭ ହୋଇଛି । ପୁର୍ବ ପ୍ରସ୍ତୁତି ପ୍ରକାରେ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ କର୍ମିମାନଙ୍କୁ ଟିକା ପ୍ରଦାନ କରାଯାଇଛି । ଆଜି ପ୍୍ରଥମ କରି ୨୫ ଜଣକୁ ଜି୍ଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରରେ ଟିକା କରଣ କରାଯାଇଛି । ଏଥିପାଇଁ ସ୍ୱତନ୍ତ୍ର ତାଲିମ ପ୍ରାପ୍ତ ସ୍ୱାସ୍ଥ୍ୟ ବିଭାଗର ୩୦ରୁ ଅଧିକ କର୍ମଚାରୀ ଓ ଅଧୀକାରି ନିୟୋଜିତ ଅଛନ୍ତି । ଟିକା ପ୍ରଦାନ ପରେ ପାଶ୍ୱର୍ ପ୍ରତିକ୍ରୀୟା ଦେଖାଗଲେ ସେଥିପାଇଁ ସମସ୍ତ ସତର୍କତା ଅବଲମ୍ବଲନ କରାଯାଇଛି । ଯେକୌଣସି ପରିସ୍ଥିତିର ମୁକାବିଲା କରିବା ସହ ସମସତଙ୍କୁ ଯେପରି ସୁରୁଖୁରୁରେ ଟିକା ପ୍ରଦାନ କରାଯାଇ ପାରିବ ସେଥି ପାଇଁ ପ୍ରଶାସନ ପ୍ରସ୍ତୁତ ରହିଥିବା କହିଛନ୍ତି ଉପ ଜିଲ୍ଲାପାଳ । ସାରା ଜିଲ୍ଲାରେ ଏହି ଟିକା ପ୍ରଦାନ ନିମନ୍ତେ ନିୟୋଜିତ ହେବାକୁଥିବା କର୍ମଚାରୀଙ୍କର ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା କହିଛନ୍ତି ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀ ।