ବରିଷ୍ଠ ସାମ୍ବାଦିକ ଶଙ୍କର ପ୍ରସାଦ ମିଶ୍ରଙ୍କ ପରଲୋକରେ ଆକ୍ଟିଭ ଜର୍ଣ୍ଣାଲିଷ୍ଟ ଏସୋସିସିଏସନ ତରଫରୁ ଶ୍ରଦ୍ଧାଞ୍ଜଳି

143
ADVERTISEMENT

ବଲାଙ୍ଗୀର,୦୧/୦୧/୨୧(ସୁନୀଲ ତ୍ରିପାଠୀ) : ବଲାଙ୍ଗୀର ରାଜେନ୍ଦ୍ର ପଡ଼ା ସ୍ଥିତ ଆକ୍ଟିଭ ଜର୍ଣ୍ଣାଲିଷ୍ଟ କାର୍ଯ୍ୟଳୟ ପରିସର ମଧ୍ୟରେ ଆକ୍ଟିଭ ଜର୍ଣ୍ଣାଲିଷ୍ଟ ଏସୋସିସିଏସନ ତରଫରୁ ବରିଷ୍ଠ ସାମ୍ବାଦିକ ଶଙ୍କର ପ୍ରସାଦ ମିଶଙ୍କୁ ଶ୍ରଦ୍ଧା ସୁମନ ଶ୍ରଦ୍ଧାଞ୍ଜଳି ସମାରୋହ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଆକ୍ଟିଭ ଜର୍ଣ୍ଣାଲିଷ୍ଟ ଏସୋସିଏସନ ସଭାପତି ଶ୍ରୀ ସୁଶାନ୍ତ କୁମାର ଠାକୁର ଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିବାବେଳେ ଉପସଭାପତି ଶ୍ରୀମନ୍ତ ପଣ୍ଡା,କୋଷଧକ୍ଷ ପ୍ରଣୟ ଗଡ଼ତୀୟ, ବରିଷ୍ଠ ସାମ୍ବାଦିକ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ବାବୁ ପୁଝାରି, ସଞ୍ଜୟ ମିଶ୍ର,ସମୀର କୁମାର ଦାସ,ମନରଞ୍ଜନ ଘଡେଇ,ସାନୁଜ ମିଶ୍ର, ରବୀନ୍ଦ୍ର କୁମାର ଚାନ୍ଦ, ସିକୁନ ଷଡଙ୍ଗୀ,ସୁନୀଲ ତ୍ରିପାଠୀ,ବିକ୍ରମ ପାତ୍ର,ଦିଲୀପ ଆଚାର୍ଯ୍ୟ,ବିକାଶ ମିଶ୍ରଙ୍କ ସହ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ତେବେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସମାରୋହରେ ସର୍ବପ୍ରଥମେ ସ୍ବର୍ଗୀୟ ମିଶ୍ର ଙ୍କ ଫୋଟୋ ଚିତ୍ରରେ ମାଲ୍ୟର୍ପଣ କରାଯିବା ସହ ଦ୍ୱୀପ ପ୍ରଜ୍ବଳନ କରି ତାଙ୍କ ଅମର ଆତ୍ମାର ସଦଗତି ପାଇଁ ନିରବ ପ୍ରାଥନା କରାଯାଇଥିଲା। ଏବଂ ଉପସ୍ଥିତ ଥିବା ଆକ୍ଟିଭ ଜର୍ଣ୍ଣାଲିଷ୍ଟ ର ସମସ୍ତ ସଦସ୍ୟ ସ୍ବର୍ଗୀୟ ଶଙ୍କର ପ୍ରସାଦ ମିଶ୍ର ଙ୍କ ସ୍ମୃତି ଚାରଣ କରିଥିଲେ। ଯାହା ଜିଲ୍ଲା ସହ ରାଜ୍ୟ ସ୍ଥରରେ ଓଡ଼ିଶା ସାମ୍ବାଦିକ ସଂଘର ଉପସଭାପତି ଓ ପରେ ସଭାପତି ପଦରେ ରହି ଦାୟିତ୍ୱ ତୁଲାଇଥିଲେ ସ୍ବର୍ଗୀୟ ମିଶ୍ର। ଯେଉଁଥିରେ ସ୍ବର୍ଗୀୟ ମିଶ୍ର ଓଡ଼ିଶା ସାମ୍ବାଦିକ ସଂଘରୁ ମନୋନୀତ ହୋଇ ଜାତୀୟ ସାମ୍ବାଦିକ ସଂଘର ଉପସଭାପତି ଭାବରେ ଦାୟିତ୍ୱ ତୁଲାଇଥିଲେ। ସ୍ୱଗୀୟ ମିଶ୍ର ଦୀର୍ଘ ୪୦ବର୍ଷ କାଳ ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ବହୁମୂଲ୍ୟ ସମୟ ଦେଇଥିଲେ ଏବଂ ସେ ଜଣେ ଦକ୍ଷ,ଅଭିଜ୍ଞ,ମେଳାପୀ ଓ ହିତାକାଂକ୍ଷୀ ଭାବେ ଲୋକଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିଥିଲେ। ଯାହା ତାଙ୍କ ବିୟୋଗ ରେ ସମସ୍ତ ସାମ୍ବାଦିକ ଙ୍କ ଏକ ବଡ଼ ଧରଣର କ୍ଷତି ହୋଇଥିବା ଓ ତାଙ୍କ ସ୍ଥାନ ଅପୁରଣୀୟ ହୋଇ ରହିବ ସାମ୍ବାଦିକତାରେ ବୋଲି ଉପସ୍ଥିତ ଆକ୍ଟିଭ ଜର୍ଣ୍ଣାଲିଷ୍ଟ ଏସୋସିଏସନ ସଦସ୍ୟ ନିଜ ନିଜ ମତ ବ୍ୟକ୍ତ ରଖିଥିଲେ।

Advertisement