ବଲାଙ୍ଗୀର,୦୧/୦୧/୨୧(ସୁନୀଲ ତ୍ରିପାଠୀ) : ବଲାଙ୍ଗିର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ନିଲମ୍ୱିତ କନିଷ୍ଟ କିରାଣୀ ପ୍ରମୋଦ ରଥଙ୍କୁ ଗିରଫ କରିଛି ଭିଜିଲାନସ ବିଭାଗ । ଦୀର୍ଘ ଦିନର ଲୁଚକାଲି ଖେଳ ପରେ ଆଜି ଭିଜିଲାନସ ବିଭାଗ ଗିରଫ କରିଛି ସୁନୀଲ ତ୍ରିପାଠୀଙ୍କୁ । ଅବସରପ୍ରାପ୍ତ ଶିକ୍ଷକଙ୍କ ନାଁରେ କୋଟି କୋଟି ଟଙ୍କା ହଡପ ହୋଇଥିବା ନେଇ ଗତ ପ୍ରାୟ ବର୍ଷେ ତଲେ ଅଭିଯୋଗ ହୋଇଥିଲା । ଶିକ୍ଷା ବିଭାଗ ଘଟଣାର ତଦନ୍ତ କରି କନିଷ୍ଟ କିରାଣୀ ପ୍ରମୋଦ ରଥ ଏବଂ ବି.ଇ.ଓ ରିଚପାଲ ସାଗରଙ୍କୁ ନିଲମ୍ୱନ କରିଥିଲା । ଭିଜିଲାନସ ବିଭାଗ ଦୀର୍ଘ ଦିନ ଧରି ତଦନ୍ତ କରିବା ପରେ ଆଜି କିରାଣୀ ପ୍ରମୋଦ ରଥଙ୍କୁ ଗିରଫ କରିଛି । ତାଙ୍କ ପାଖରୁ ୬ ଟି ବୁଲେଟ ଏବଂ ପ୍ରାୟ ଆଠ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନସ ବିଭାଗ ।
