ରାଜ୍ୟ ସରକାରଙ୍କ ଘୋଷଣାକ୍ରମେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଜିରୋନାଇଟ ସେଲିବ୍ରେସନ ସମ୍ପୂର୍ଣ୍ଣ ଫିକା

131
ADVERTISEMENT

ପାରଳାଖେମୁଣ୍ଡି,୦୧/୦୧/୨୧(ପ୍ରଭାତ କୁମାର ପାତ୍ର) :ରାଜ୍ୟ ସରକାରଙ୍କ ଘୋଷଣାକ୍ରମେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଚଳିତ ଥର ଜିରୋନାଇଟ ସେଲିବ୍ରେସନ ସମ୍ପୂର୍ଣ୍ଣ ଭାବେ ଫିକା ପଡିଥିଲା । ଗତକାଲି ସାନ୍ଧ୍ୟ ଠାରୁ ଜିଲ୍ଲାପ୍ରଶାସନ ଏବଂ ପୋଲିସ ପକ୍ଷ୍ୟରୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ସାରା ଜିଲାରେ ସରକାରଙ୍କ ନିର୍ଦେଶନମା ନାଇଟ କର୍ଫ୍ୟୁ ହେବାର ପ୍ରଚାର କରିବା ପରେ ସମସ୍ତ ଉତ୍ସବର ମହଲ ଫିକା ପଡିଯାଇଥିଲା । ଲୋକେ ନିଜନିଜ ଘରେ କେକ କାଟିବା ଏବଂ ନିଜ ବସ୍ତିରେ ସହି ପଡୋଶୀଙ୍କ ସହ ମିଶି ନୂତନ ବର୍ଷ ଆଗମନର ଉତ୍ସବ ପାଲିଥିଲେ । କୌଣସି ମଜମଜଲିସ ନାହିଁ କେବଳ ପରସ୍ପରକୁ କେକ ଓ ମିଠା ଖୁଆଇ ଜିରୋନାଇଟ ପାଳନ କରିଥିଲେ । ସେପଟେ ପୋଲିସ ପକ୍ଷରୁ ପେଟ୍ରୋଲିଂ ଜୋରଦାର କରାଯାଇଥିଲା । ପାରଳାଖେମୁଣ୍ଡି ସହରରେ ପୋଲିସର ୪ଟି ଟିମ ଘନଘନ ପେଟ୍ରୋଲିଂ ଜାରି ରଖିଥିଲେ ରାତି ତମାମ ।

Advertisement