ରାଷ୍ଟ୍ରୀୟ ଵୟୋଶ୍ରୀ ଯୋଜନା ଶିବିର

128
ADVERTISEMENT

ପାଟଣାଗଡ,୩୦/୧୨(ସୁନୀଲ ତ୍ରିପାଠୀ) : ଆଜି ସକାଳ ୯ ଟା ସମୟରେ ଜିଲ୍ଲା ପ୍ରଶାସନ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ବଲାଙ୍ଗୀର ଓ ALIMO ଦ୍ଵାରା ପାଟଣାଗଡ଼ ସ୍ଥିତ ରମାଇ ହାଇସ୍କୁଲ ଠାରେ ଭାରତ ସରକାରଙ୍କ “ଏ ଡି ଆଇ ପି ” ଯୋଜନାରେ ଦିବ୍ୟାଙ୍ଗଜନ ମାନଙ୍କ ନିମନ୍ତେ ଏବଂ ” ରାଷ୍ଟ୍ରୀୟ ବୟୋଶ୍ରୀ ଯୋଜନା ” (RVY) ରେ ବିପିଏଲ ଶ୍ରେଣୀର ବରିଷ୍ଠ ନାଗରିକ ମାନଙ୍କ ସହାୟକ ଉପକରଣ ବଣ୍ଟନ ନିମନ୍ତେ ପରିକ୍ଷଣ ଶିବିର ଆୟୋଜନ ହୋଇଛି । ଏଠାରେ ବିଭିନ୍ନ ପ୍ରକାରର ଭିନ୍ନକ୍ଷମ ମାନଙ୍କୁ ଚିହ୍ନଟକରି ପରିଚୟ ପତ୍ର ପ୍ରଦାନ କରାଯାଇଛି । ଦୃଷ୍ଟି ବାଧିତ , ମାନସିକ ଅନଗ୍ରସର, ବଧିର ଭଳି ଅନ୍ୟାନ୍ୟ ଶାରିରୀକ ଭିନ୍ନକ୍ଷମ ମାନଙ୍କୁ ଚିହ୍ନଟ କରାଯାଇଛି । ଏହି ଶିବିର ରେ ପାଟଣାଗଡ଼, ବେଲପଡା, ଖପ୍ରାଖୋଲ ବ୍ଲକ ଓ ପାଟଣାଗଡ଼ ଏନ.ଏ.ସି ରୁ ଅନେକ ଲୋକ ଆସି ତାଙ୍କର ପରିଚୟ ପତ୍ର ସହିତ ଭିନ୍ନକ୍ଷମ ଚିହ୍ନଟ ଜୋଜନାରେ ନିଜକୁ ଅନ୍ତର୍ଭୁକ୍ତ କରିଛନ୍ତି । ଚିହ୍ନଟ ପ୍ରକ୍ରିୟା ସରିବା ପରେ ଆସନ୍ତା ମାର୍ଚ କିମ୍ବା ଏପ୍ରିଲ ମାସ ପର୍ଯ୍ୟନ୍ତ ୱଲ ସାଇକଲ , ଥ୍ରୀ ୱଲ ସାଇକଲ, ବାଲାନ୍ସ ସ୍କେଲୱେ ଭଳି ଅନ୍ୟାନ୍ୟ ଉପକରଣ ବିତରଣ କରାଯିବ ବୋଲି ସୂଚନା ମିଳିଛି। ଏହି ଶିବିର ଆସନ୍ତା ୩୦.୧୨.୨୦୨୦ ରେ ଏସ. ସି. ଡି. ଟିଟିଲାଗଡ଼ ଠାରେ ଟିଟିଲାଗଡ଼ ,ସଇଁତଲା ଓ ଟିଟିଲାଗଡ଼ ମ୍ୟୁନିସିପାଳିଟି ୩୧.୧୨.୨୦୨୦ ରେ କଣ୍ଟାବାଞ୍ଜି ଏନ.ଏ.ସି ଠାରେ କଣ୍ଟାବାଞ୍ଜି, ବଙ୍ଗୋମୁଣ୍ଡା , ତୁରେକେଲା ଓ ମୁରିବାହାଲ , ଏବଂ ୦୧.୦୧.୨୦୨୧ ରେ ତୁଷୁରା ଏନ.ଏ.ସି ଠାରେ ଗୁଡ଼ଭେଳା ବ୍ଳକ ଓ ତୁଷୁରା ଏନ.ଏ.ସି ର ଭିନ୍ନକ୍ଷମ ମାନଙ୍କୁ ଚିହ୍ନଟ କରାଯିବ ବୋଲି ସୂଚନା ମିଳିଛି ।

Advertisement