ବଲାଙ୍ଗୀର,୩୦/୧୨(ସୁନୀଲ ତ୍ରିପାଠୀ) : କିଛି ମାସ ତଳେ ପେନସନ ଟଙ୍କାରେ ହେରଫେର କରି ନିଲମ୍ବିତ ହୋଇଥିବା ବଲାଙ୍ଗୀର ବି.ଇ.ଓ କାର୍ଯ୍ୟାଳୟର କନିଷ୍ଠ କିରାଣୀ ପ୍ରମୋଦ ରଥଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛି l ଉକ୍ତ ମାମଲାରେ ଅଧିକ ତଦନ୍ତ ଉଦ୍ଦେଶ୍ୟରେ ତାଙ୍କ ହାତୀଶାଲପଡ଼ା ସରକାରୀ ବାସଭବନରେ ଭିଜିଲାନ୍ସର ଗୋଟିଏ ଟିମ ଚଢ଼ାଉ କରିଥିବା ସୂଚନା ମିଳିଛି l ଚଢ଼ାଉ ସମୟରେ ଆଠ ଲକ୍ଷ ଏକସ୍ତରୀ ହଜାର ଟଙ୍କା, ୬ଟି ବୁଲେଟ ମୋଟରସାଇକଲ, ଗୋଟିଏ ଫର୍ଡ ଫିଗୋ କାର ଜବତ ହେବା ସହିତ ପ୍ରମୋଦ ରଥଙ୍କୁ ଗିରଫ କରାଯାଇ ବଲାଙ୍ଗୀର ଭିଜିଲାନ୍ସ କାର୍ଯ୍ୟାଳୟରେ ଅଟକ ରଖି ପଚରା ଉଚୁରା ଜାରି ରହିଛି l