ବଲାଙ୍ଗୀର,୨୯/୧୨(ସୁନୀଲ ତ୍ରିପାଠୀ) : ଆଜି ବଲାଙ୍ଗୀର ଦୁର୍ନୀତି ନିବାରଣ ବିଭାଗ ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର କିରାଣୀ ପ୍ରମୋଦ ରଥଙ୍କ ହାତୀଶାଲ ପଡ଼ା ବାସଭବନରେ ଚଢ଼ାଉ କରିଛି l ରାତି ପ୍ରାୟ ,୧୨ ଟାରେ ଚଢ଼ାଉ ଆରମ୍ଭ ହୋଇ ବର୍ତ୍ତମାନ ପର୍ଯ୍ୟନ୍ତ ଯାଞ୍ଚ ଜାରୀ ଅଛି l ବିଭାଗ କର୍ମଚାରୀ ବିଭିନ୍ନ ପ୍ରକାର ଯାଞ୍ଚ ଏବଂ ଅନୁସନ୍ଧାନ ଚଳାଇଛନ୍ତି l ପ୍ରକାଶ ଥାଉ କି ଗତ କିଛି ମାସ ତଳେ ତାଙ୍କ ଉପରେ ଦୁର୍ନୀତି ଅଭିଯୋଗ ଆସିଥିଲା ଏବଂ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିଲା l