ଲୁଟ୍‌ କରିବା ପରେ ବୃଦ୍ଧାଙ୍କୁ ହତ୍ୟା !

143
ADVERTISEMENT

ଭୁବନେଶ୍ବର ,୨୮/୧୨(ଡ଼ି.ଏଚ/ବ୍ୟୁରୋ) : କୋରାପୁଟ ଜିଲ୍ଲାର କୋଟପାଡ଼ ପୌରାଞ୍ଚଳରେ ଜଣେ ବୃଦ୍ଧାଙ୍କୁ ହତ୍ୟା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି । କୋଟପାଡ଼ ପୌରାଞ୍ଚଳର ବାସୁଗୁଡ଼ାରେ ଡକାୟତି ଉଦ୍ଦେଶ୍ୟରେ ଆସି ଦୁର୍ବୃତ୍ତମାନେ ଲୁଟ୍‌ପାଟ୍‌ କରିବା ପରେ ଏଭଳି କାଣ୍ଡ ଭିଆଇଥିବାର ସନ୍ଦେହ କରାଯାଉଛି । ଉକ୍ତ ବୃଦ୍ଧାଙ୍କ ନାମ ହର୍ଷମଣି ହରିଜନ ଏବଂ ତାଙ୍କର ବୟସ ୬୫ ବର୍ଷ ବୋଲି ଜଣାଯାଇଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଚଳାଇଛି ।

Advertisement