କୁଲତା ଯୁବଶକ୍ତିର ଦ୍ଵିତୀୟ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

120
ADVERTISEMENT

ବଲାଙ୍ଗୀର,୨୬/୧୨(ସୁନୀଲ ତ୍ରିପାଠୀ) : ବଲାଙ୍ଗୀର ଜିଲ୍ଲା ହର୍ଡ଼lଟାଲ ରାମଚଣ୍ଡୀ ମନ୍ଦିର ଠାରେ କୁଲତା ଯୁବ ଶକ୍ତି ଓଡିଶାର ଦ୍ଵିତୀୟ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବଲାଙ୍ଗୀର ଜିଲ୍ଲା କୁଲତା ସମାଜର ସଭାପତି ଶ୍ରୀଯୁକ୍ତ ବେଲାର ସିଂ ଭୋଇ, ସମ୍ମାନୀତ ଅତିଥି ରୂପେ କଳାହାଣ୍ଡି ଜିଲ୍ଲା କୁଲତା ସମାଜ ସଭାପତି ଶ୍ରୀଯୁକ୍ତ କେଶବ ଚନ୍ଦ୍ର ଭୋଇ, ବୌଦ୍ଧ ଜିଲ୍ଲା କୁଲତା ସମାଜ ସଭାପତି ଶ୍ରୀଯୁକ୍ତ ବିରଞ୍ଚି ପଧାନ, ବଲାଙ୍ଗୀର ଜିଲ୍ଲା ଟାଉନ କମିଟି ସଭାପତି ଶ୍ରୀଯୁକ୍ତ ସୁରଥ ପଧାନ ଏବଂ ବଲାଙ୍ଗୀର ଜିଲ୍ଲା କୁଲତା ସମାଜ ଉପସଭାପତି ଶ୍ରୀଯୁକ୍ତ ଜୟ ସିଂ ପଧାନ ଯୋଗ ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ କୁଲତା ଯୁବଶକ୍ତିର ପ୍ରତିଷ୍ଠାତା ସନ୍ତୋଷ ପଧାନ, ସଭାପତି ଉମେଶ ଚନ୍ଦ୍ର ପ୍ରଧାନ, ଉପସଭାପତି ସନ୍ତୋଷ ସାହୁ, ସଂପାଦକ ହରିଶ୍ଚନ୍ଦ୍ର ନାଏକ, ସହ ସଂପାଦିକା ସୁସ୍ମିତା ସାହୁ, ପରାମର୍ଶ ଦାତା ଶ୍ରୀଯୁକ୍ତ ଗଜିନ୍ଦ୍ର ପଧାନ, ଶାନ୍ତନୁ କୁମାର ଭୋଇ, ନିରାକାର ଭୋଇ ଏବଂ କୋଷାଧକ୍ଷ ପ୍ରଦୀପ ପଧାନ ମଂଚାସୀନ ଥିଲେ l କୁଲତା ସମାଜରେ ଯୁବକ ଯୁବତୀ ମାନଙ୍କ ଭୂମିକା ଓ କର୍ତବ୍ୟ ଉପରେ ସମସ୍ତ ଅତିଥି ବୃନ୍ଦ ନିଜ ନିଜ ମତ ରଖିଥିଲେ l ଏହି ଅବସରରେ ୨0୨୧ମସିହାର ରାମଚଣ୍ଡୀ କ୍ୟାଲେଣ୍ଡର ଉନ୍ମୋଚନ କରାଯାଇଥିଲା ଏବଂ କୁଲତା ଯୁବ ଶକ୍ତି ଦ୍ୱାରା କରାଯାଇଥିବା ବିଭିନ୍ନ ପ୍ରତିଯୋଗିତାର ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l ଅଖିଳେଶ ମଞ୍ଚ ପରିଚାଳନା କରିଥିବା ବେଳେ କୁଲତା ଯୁବଶକ୍ତିର ସଭାପତି ଉମେଶ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l ସଭା ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅହଲ୍ୟା ପଧାନ, ବରଗଡଙ୍କ କବିତା ପାଠ ଏବଂ ଆଦ୍ୟାଶlସାଙ୍କ ନୃତ୍ୟ ସମସ୍ତଙ୍କ ମନ ମୋହି ନେଇଥିଲା l ଉକ୍ତ କାର୍ଯ୍ୟକ୍ରମକୁ କୁଲତା ଯୁବ ଶକ୍ତିର କର୍ମକର୍ତ୍ତା ତଥା ବଲାଙ୍ଗୀର ଜିଲ୍ଲା କୁଲତା ସମାଜର ସଦସ୍ୟ ସମ୍ପୂର୍ଣ ସହଯୋଗ କରିଥିଲେ l

Advertisement