ବଲାଙ୍ଗୀର,୨୩/୧୨(ସୁନୀଲ ତ୍ରିପାଠୀ) :ସୁବର୍ଣ୍ଣପୁର ଜିଲ୍ଲାର ସଦର ବ୍ଲକ ମୟୂର ଉଡାନର ସମିତି ସଭ୍ୟ ପଦ ପାଇଁ ଗତକାଲି ଉପ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହିତ ସମାପ୍ତ ହୋଇଛି । ସମିତି ସଭ୍ୟ ପାଇଁ ୨ଜଣଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିବାବେଳେ ୪୦୮୧ ଜଣ ଭୋଟର ନିଜ ନିଜର ମତ ସାବ୍ୟସ୍ତ କରିଛନ୍ତି । ସୂଚନା ଥାଉକି ମୟୂରଉଡ଼ାନ ପଞ୍ଚାୟତର ୧୨ଟି ୱାର୍ଡକୁ ନେଇ ଗଠିତ ଏହି ପଞ୍ଚାୟତରେ ପୂର୍ବରୁ ନିର୍ବାଚିତ ସମିତି ସଭ୍ୟଙ୍କ ମୃତ୍ୟୁ ଯୋଗୁଁ ଏଠି ଉପ ନିର୍ବାଚନ ହୋଇଥିବାବେଳେ ୨ଜଣ ପ୍ରାର୍ଥୀ ଅବର୍ତୀଣ୍ଣ ହୋଇଛନ୍ତି । ଆଜି ସୋନପୁର ବ୍ଲକ୍ ପରିସରରେ ଭୋଟ ଗଣତି ହୋଇ ଭୋଟ ଗଣତି ହୋଇ ମଣୀନ୍ଦ୍ର ମେହେର ୨୩୩୯ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରାର୍ଥୀ ରିଙ୍କୁ ଖମାରି ମାତ୍ର ୫୬୪ ଖଣ୍ଡ ଭୋଟ ପାଇଛନ୍ତି l ତେଣୁ ମନୀନ୍ଦ୍ର ମେହେର ୧୭୭୫ ଖଣ୍ଡ ବ୍ୟବଧାନରେ ବୀଜୟୀ ହୋଇଛନ୍ତି l